ଆଜିର ତାରିଖରେ ରୋହିତ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୨୦୧୩ ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର ୨ ତାରିଖରେ ଭାରତର ଆଗଧାଡ଼ିର କ୍ରିକେଟ ତାରକା ରୋହିତ ଶର୍ମା ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଥିଲେ।

ଜୁନ୍ ୧୮,୨୦୧୯ ପର୍ଯ୍ୟନ୍ତ ଯାହା ରେକର୍ଡ ରହିଛି, ୭ ବର୍ଷ ପୂର୍ବେ ଏହି ଦିନରେ ରୋହିତ ଶର୍ମା ଏକ ଓଡିଆଇ ଇନିଂସରେ ୧୬ ଟି ଛକା ମାରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ମ୍ୟାଚ୍‌ଟି ବାଙ୍ଗାଲୋରରେ ଖେଳାଯାଇଥିଲା।

ଏହି ସ୍ୱତନ୍ତ୍ର ଇନିଂସରେ ୧୨ ଟି  ବାଉଣ୍ଡାରି ମଧ୍ୟ ହୋଇଥିଲା ଏବଂ ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତେବେ ଭାରତ ୫୭ ରନ୍‌ରେ ସେହି ମ୍ୟାଚ୍‌କୁ ଜିତି ନେଇଥିବାବେଳେ ୭ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୩-୨ରେ ହାତେଇ ନେଇଥିଲା।

ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୧୪ ମସିହାରେ ରୋହିତ ପୁନର୍ବାର ୨୬୪ ରନ୍ କରି ଦ୍ୱିତୀୟ ଥର ଏହି ରେକର୍ଡ କରିଥିଲେ।

ପୂର୍ବରୁ ୨୦୧୦ ମସିହା ଫେବୃଆରୀ ମାସ ୧୦ ତାରିଖରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନିଜ ନାଁରେ ଏହି ରେକର୍ଡ ଯୋଡ଼ିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନଭାବେ ଆନ୍ତର୍ଜାତିକ ଏକ ଦିବସୀୟରେ ସେ ୨୦୦ ରନ୍‌ କରି ରେକର୍ଡ କରିଥିଲେ। ତାଙ୍କ ପରେ ସେହି ବର୍ଷ ଡିସେମ୍ୱର ୮ ତାରିଖରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ବିରେନ୍ଦ୍ର ସେହେୱାଗ ମଧ୍ୟ ୨୧୯ ରନ୍‌ କରି ଏହି ରେକର୍ଡ କରିଥିଲେ।

You might also like