ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା।

ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୮ ତାରିଖରେ ମୋହାଲି ଏବଂ ତୃତୀୟ ମ୍ୟାଚ୍ ୨୨ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ।

ଧର୍ମଶାଳାରେ ଶନିବାର ଦ୍ୱିପହରରେ ବର୍ଷା ହୋଇଥିଲା ଏବଂ ଏହା ପରେ ଆଜି ଦ୍ୱିପହରରୁ ଲଗାତାର ବର୍ଷା ଲାଗି ରହିଛି। ତେବେ ଅପରାହ୍ନ ୩ଟା ବେଳେ ବର୍ଷା ଛାଡ଼ିଥିଲା। କିନ୍ତୁ ଅଧ ଘଣ୍ଟା ପରେ ପୁଣିଥରେ ବର୍ଷା ଆରମ୍ଭ ହୋଇଥିଲା, ଯାହା ପରେ ଆଉ ଏହା କମି ନଥିଲା। ମ୍ୟାଚ୍ ବାତିଲ ହେବା ଦ୍ୱାରା ପ୍ରଶଂସକ ଖୁବ୍ ନିରାଶ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

You might also like