ମ୍ୟାଚ ହାରିବା ପରେ ଫସି ରହିଛି ଟିମ୍ ଇଣ୍ଡିଆ

ଟିକେଟ୍‌ ମିଳୁନଥିବାରୁ ଆସି ପାରୁନାହାନ୍ତି ଖେଳାଳି

ମଞ୍ଚେଷ୍ଟର : ସେମିଫାଇନାଲରେ ହାରିବା ପରେ ବିଶ୍ୱକପ୍‌ରୁ ବିଦା ହୋଇଥିବା ଟିମ୍ ଇଣ୍ଡିଆ ଭାରତ ଫେରିପାରୁନି। ମ୍ୟାଚ୍‌ ପରେ ଭାରତ ଆସିବାକୁ ଚାହୁଁଥିବା ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଫସି ରହିଛି। ଫାଇନାଲ୍ ନ ସରିବା ଯାଏ ଇଂଲଣ୍ଡରେ ରହିବାକୁ ବାଧ୍ୟ ହୋଇଛି ବିରାଟ ବାହିନୀ।

ସେମିଫାଇନାଲରେ ହାରି ବିରାଟ ବାହିନୀ କେବଳ ଭାରତୀୟଙ୍କ ହୃଦୟ ଭାଙ୍ଗିନି ବରଂ ଟିମ୍ ଇଣ୍ଡିଆର ଲଜିଷ୍ଟିକ ମ୍ୟାନେଜରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମ୍ୟାଚ୍‌ ହାରିବା ପରେ ଟିମ୍ ଇଣ୍ଡିଆର ଫେରିବା ଲାଗି ତତ୍‌କ୍ଷଣାତ୍‌ ଟିକେଟ୍‌ ବ୍ୟବସ୍ଥା କରିପାରିଲେ ନାହିଁ ମ୍ୟାନେଜର। ଫଳରେ କୋହଲି, ଧୋନି, କୋଚ୍‌ ଏବଂ ସହାୟକମାନେ ମଞ୍ଚେଷ୍ଟରରେ ଅଟକି ରହିଛନ୍ତି।

ବିଶ୍ୱକପ୍ ଫାଇନାଲ୍ ସରିବା ପରେ ହିଁ ଟିକେଟ୍‌ ମିଳିପାରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମ୍ୟାଚ୍‌ ହାରିବା ପରେ ନିଜ ହୋଟେଲ ଖାଲି କରିଥିବାରୁ ମଞ୍ଚେଷ୍ଟର ସହରରେ ଅନ୍ୟ ହୋଟେଲରେ ରହୁଛନ୍ତି ଟିମ୍ ଇଣ୍ଡିଆ ଖେଳାଳି। ଟିକେଟ ମିଳିବା କ୍ଷଣି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଖେଳାଳିମାନଙ୍କୁ ପଠାଇ ଦିଆଯିବ ବୋଲି ବିସିସିଆଇ କହିଛି।

You might also like