ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ବିଶ୍ୱକପ୍ ହକିରେ ଜବରଦସ୍ତ ବିଜୟ ହାସଲ୍‌ କରିଛି ଭାରତ। ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭାରତ ୫-୦ ଗୋଲ୍‌ରେ ପରାସ୍ତ କରିଛି।

ଏହି ମ୍ୟାଚ୍‌ରେ ସିମରନଜିତ ସିଂହ ୨ଟି ଗୋଲ୍ ସ୍କୋର୍ କରିଥିବାବେଳେ ମନଦୀପ, ଆକାଶଦୀପ, ଲଳିତ ଗୋଟିଏ ଲେଖାଏ ଗୋଲ୍ କରିଥିଲେ। ତେବେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ଆସନ୍ତା ୨ ତାରିଖରେ ବେଲ୍‌ଜିୟମ୍‌କୁ ଭେଟିବ।

ଅନ୍ୟପଟେ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କାନାଡ଼ା ଓ ବେଲଜିୟମ୍‌। ଏଥିରେ  ବେଲ୍‌ଜିୟମ୍‌ କାନାଡ଼ାକୁ ୨-୧ ଗୋଲ୍‌ ହରାଇ ନିଜର ଅଭିଯାନ ଆରମ୍ଭ କରିଛି।

ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ଏଥିରେ ମୋଟ ୩୬ଟି ମ୍ୟାଚ୍ ରହିଛି। ଡିସେମ୍ବର୍ ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଫିନାଲେ।

 

 

You might also like