ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ

ଆଡିଲେଡ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ। ଆଜି ମ୍ୟାଚର ତୃତୀୟ ଦିନ ହୋଇଥିବା ବେଳେ ଭାରତ ୬୨ ରନରେ ଲିଡ୍ ନେଇଛି। ଆଜି ୧ ୱିକେଟରେ ୯ ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିବ। ଗତକାଲି ଦ୍ୱିତୀୟ ଦିନରେ ଓ୍ୱିକେଟ୍ ବର୍ଷା ହୋଇଥିଲା ବୋଲରଙ୍କ କମାଲ ପାଇଁ ଗୋଟିଏ ଦିନରେ ୧୫ ଓ୍ୱିକେଟର ପତନ ହୋଇଥିଲା।

ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା। ପରେ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୯୧ ରନରେ ସୀମିତ ରହିଥିଲା। ଲାବୁଶେନ ୪୭ ଓ ଅଧିନାୟକ ଟିମ ପେନଙ୍କ ଅପରାଜିତ ୭୩ ରନକୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠି ନଥିଲେ। ଆର. ଅଶ୍ୱିନ ସର୍ବାଧିକ ୪ ଓ୍ୱିକେଟ ନେଇଥିଲେ।

You might also like