କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟା ସବୁଦିନ ପାଇଁ ବାପାଙ୍କୁ ହରାଇଛନ୍ତି। ଆଜି ସକାଳେ ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ବରୋଦା ଟିମ୍ ପାଇଁ ସୟିଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିବା କୃଣାଲ, ବାପାଙ୍କ ଦେହାନ୍ତ ଖବର ଶୁଣିବା ପରେ ଘର ଅଭିମୁଖେ ବାହାରି ଯାଇଥିବା ସୂଚନା ମିଳିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାର ଲୋକଙ୍କ ସହ ଛିଡ଼ା ହେବା ପାଇଁ କୃଣାଲ ଟିମ୍ର ବାୟୋ ବବଲ୍ ଛାଡ଼ି ଦେଇଛନ୍ତି। ଏବେ ସେ ସୟିଦ୍ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟ୍ରଫିର ଆଗାମୀ ଟୁର୍ଣ୍ଣାମେଣ୍ଟ୍ରେ ସାମିଲ ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।
ବରୋଦା କ୍ରିକେଟ୍ ଆସୋସିଏସନ୍ର ସିଇଓ ଶିଶିର ହଟ୍ଟଂଗଡି ନ୍ୟୁଜ୍ ଏଜେନ୍ସି ANIକୁ ସୂଚନା ଦେଇ କହିଛନ୍ତି, ‘ହଁ, କୃଣାଲ ପାଣ୍ଡ୍ୟା ଟିମ୍ର ବାୟୋ ବବଲ୍ ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ତାଙ୍କ ଓ ତାଙ୍କ ପରିବାର ପାଇଁ ବଡ଼ ଦୁଃଖର ସମୟ। ବରୋଦା କ୍ରିକେଟ୍ ଆସୋସିଏସନ୍ ହାର୍ଦ୍ଦିକ ଓ କୃଣାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକରେ ଶୋକ ପ୍ରକାଶ କରୁଛି’।
ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବା ପାଇଁ ଟ୍ରେନିଂ ନେଉଛନ୍ତି।