
୧୨ ତାରିଖରୁ ଟାଟା-ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୨୧ତମ ଟାଟା-ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ରାଜ୍ୟର ୭ଟି ଟିମ୍ ଓ ବାହାରୁ ଟାଟା ଫୁଟବଲ୍ ଆକାଡେମୀର ଖେଳାଳିମାନେ ଅଂଶଗ୍ରହଣ କରିବେ।
ଏହି ମ୍ୟାଚ୍ରେ ଚାମ୍ପିଅନ ଟିମ୍କୁ ୨୫ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାସହ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପାଇଁ ଖେଳାଳିଙ୍କୁ ପୁରସ୍କାର ଦିଆଯିବ। ଉଦ୍ଘାଟନୀ ମ୍ୟାଚ୍ ଓଡ଼ିଶା ପୁଲିସ୍ ଓ ଫୁଲବାଣୀ ଟିମ୍ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ୧୯ ତାରିଖରେ ଶେଷ ହେବ।