ଚେସ୍‌ ତାରକା ସ୍ୱୟଂଶ୍‌ ମିଶ୍ରଙ୍କୁ ମିଳିଲା ଗ୍ରାଣ୍ଡ୍‌ ମାଷ୍ଟର ପରିଚୟ

ଭୁବନେଶ୍ୱର: ଚେସ୍‌ ତାରକା ଗ୍ରାଣ୍ଡ୍‌ ମାଷ୍ଟର ଭାବେ ନୂଆ ପରିଚୟ ପାଇଲେ ସ୍ୱୟଂଶ୍‌ ମିଶ୍ର। ଦେବାଶିଷ୍ ଦାସଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ ଗ୍ରାଣ୍ଡ୍‌ ମାଷ୍ଟର। ପୋଲାଣ୍ଡରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ ମାଷ୍ଟର ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ହାସଲ କରି ସେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ହେଲେ ଓଡ଼ିଶା ଫେରିବା ପରେ ତାଙ୍କୁ ମିଳିଲା ନାହିଁ କୌଣସି ସ୍ୱାଗତ, ସମ୍ବର୍ଦ୍ଧନା।

ଓଡ଼ିଶାବାସୀ ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା କରୁଥିବା ବେଳେ ସଫଳତା ହାସଲ କରିଛନ୍ତି ସ୍ୱୟଂଶ। କିନ୍ତୁ ‘ଫୋନି’ର ତାଣ୍ଡବ ଲୀଳା ଆଗରେ ଲୁଚିଯାଇଛି ତାଙ୍କ ସଫଳତା। ହେଲେ ଏଥିଲାଗି ତାଙ୍କ ମନରେ ତିଳେ ମାତ୍ର ଦୁଃଖ ନାହିଁ। ବରଂ ନିଜ ରାଜ୍ୟବାସୀଙ୍କୁ  ଅଣ୍ଟା ସଳଖି ଛିଡ଼ା ହେବାକୁ ସେ ଆୟୋଜନ କରିବେ ଚ୍ୟାରିଟି ମ୍ୟାଚ୍‌। ନିଜ ସଫଳତା ସମ୍ପର୍କରେ କ’ଣ କହିଛନ୍ତି ସ୍ୱୟଂଶ ଆସନ୍ତୁ ଜାଣିବା।

 ୧- ସାଧାରଣ ଚେସ୍‌ ଖେଳାଳିରୁ ଗ୍ରାଣ୍ଡ୍‌ ମାଷ୍ଟର, କିପରି ଥିଲା ଏହି ଯାତ୍ରା ?

ଏତେ ଲମ୍ୱା ଯାତ୍ରା କାଟିବା କିଛି ସହଜ ନଥିଲା। ବହୁତ କିଛି ଶିଖିବାକୁ ମିଳିଛି। ଜିତିବା, ହାରିବା ତ ସବୁଠି ଲାଗି ରହିଛି। ନ ହାରିଲେ ଜଣେ ଶିଖି ପାରିବନି। ଚେସ୍‌ ଖେଳ ଆରମ୍ଭ କରିବା ମାତ୍ରେ ସମସ୍ତଙ୍କ ଇଚ୍ଛା ଥାଏ ଗ୍ରାଣ୍ଡ୍‌ ମାଷ୍ଟର ହେବାକୁ। ଯାହାକୁ ମୁଁ ହାସଲ କରି ସାରିଛି। ଏହା ଆରମ୍ଭ ମାତ୍ରା। ଆହୁରି ବହୁତ କିଛି ହାସଲ କରିବାକୁ ବାକି ଅଛି।

୨-  ଜିଏମ୍‌ ନର୍ମ ଓ ଇଏଲଓ ରେଟିଂ କେବେ ଓ କିପରି  ହାସଲ କରିଥିଲେ ?

-୨୦୧୪ରେ କିଟ୍‌ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଫାଷ୍ଟ ଜିଏମ୍‌ ନର୍ମ ଓ ୨୦୧୫ରେ ‘ଆଇ ଲଭ ମାଇଁ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ’ରେ ୨ୟ ନର୍ମ ଓ ୨୦୧୯ରେ ପୋଲାଣ୍ଡରେ ୩ୟ ନର୍ମ ହାସଲ କଲି। ୨୦୧୪ରେ ବୁଲଗେରିଆରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ୨୫୦୦ ରେଟିଂ ଟଚ୍‌ କରିଥିଲି।

୩-ପରବର୍ତ୍ତୀ ପଦକ୍ଷେପ କ’ଣ ?

–   ଏହା ଆରମ୍ଭ ମାତ୍ର।  ରେଟିଂ ବଢାଇବାକୁ ଚେଷ୍ଟା ଜାରି ରଖିବି।

୪- ଦେବାଷିଶଙ୍କ ପରେ ଆପଣ ଗ୍ରାଣ୍ଡ୍‌ ମାଷ୍ଟର, କିପରି ଅନୁଭବ କରୁଛନ୍ତି ?

– ଖୁବ୍‌ ଖୁସି ଲାଗୁଛି, ଅନ୍ୟମାନଙ୍କ ଲାଗି ଏହା ନିଶ୍ଚିନ୍ତ ଭାବେ ପ୍ରେରଣାଦାୟକ ହେବ। ପ୍ରଥମ କିମ୍ୱା ଦ୍ୱିତୀୟ ସ୍ଥାନ ହାସଲ କରିବା କିଛି ବି ମାନେ ରଖେନା। କିନ୍ତୁ ସଫଳତା ହାସଲ କରିହେବ ବୋଲି ସେମାନେ ଆଶା ରଖିପାରିବେ।

୫- ସଫଳତା ପାଇ ଓଡ଼ିଶା ଫେରିଲେ, ସମସ୍ତଙ୍କୁ  ସ୍ୱାଗତ,  ସମ୍ବର୍ଦ୍ଧନା ଜଣାଯାଏ। ହେଲେ ଫୋନି ପରେ ଫେରିଥିବାରୁ ଆପଣଙ୍କ କ୍ଷେତ୍ରରେ ସେପରି ହେଲାନି, ମନରେ ଦୁଃଖ ରହିଛି କି ?

–   ଫୋନି ମୋତେ ବି ବହୁତ ଦୁଃଖ ଦେଇଛି। ହେଲେ ବିଶ୍ୱାସ ଅଛି ଏହାକୁ ଆମେ ମୁକାବିଲା ପରି ଆଗକୁ ଯାଇ ପାରିବୁ।  ଚେସ୍‌ ବେସ୍‌  ଇଣ୍ଡିଆ ଗୋଟିଏ ଅନଲାଇନ ଟୁର୍ଣ୍ଣାମେଣ୍ଟ  ମେ’ ୧୨ ତାରିଖ ରାତି ୮ଟାରେ ଆୟୋଜନ କରିବ। ସମଗ୍ର ଭାରତରେ ସାମିଲ ପ୍ରତିଯୋଗୀଙ୍କ ଏଣ୍ଟ୍ରି ଫି ଓଡ଼ିଶାର ଫୋନି ପ୍ରପୀଡ଼ିତଙ୍କ ଲାଗି ଖର୍ଚ୍ଚ କରାଯିବ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like