ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଲଣ୍ଡନ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ଦୁନିଆରେ କଡ଼ା ସୁରକ୍ଷା ଓ ବିଭିନ୍ନ କଟକଣା ସହ କ୍ରୀଡ଼ା ଆୟୋଜିତ କରାଯାଉଛି। କିନ୍ତୁ ଏଥିରେ କିଛି ଖେଳାଳି ଭୁଲ୍ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟର୍ ମିଚ୍ କ୍ଲେଡନ୍ ଏଭଳି ଏକ ଭୁଲ୍ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ସସପେଣ୍ଡ କରାଯାଇଛି।

କ୍ଲେଡନ୍ କଥିତ ଭାବେ ବଲରେ ସାନିଟାଇଜର୍ ଲଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର କାଉଣ୍ଟି ଟିମ୍ ସସେକ୍ସ ସସପେଣ୍ଡ୍ କରିଛି। ଅଷ୍ଟ୍ରେଲିଆରେ ଜନ୍ମିତ ୩୭ ବର୍ଷୀୟ ପେସର୍ କ୍ଲେଡନଙ୍କ ଉପରେ କିଛି ଗତମାସରେ ମିଡିଲସେକ୍ସ ବିପକ୍ଷ ମ୍ୟାଚରେ ବଲରେ ସାନିଟାଇଜର୍ ଲଗାଇଥିବା ଅଭିଯୋଗ ଲାଗିଥିଲା। ସେହି ମ୍ୟାଚରେ ସେ ୩ଟି ୱିକେଟ୍ ମଧ୍ୟ ନେଇଥିଲେ।

ଏହି ମାମଲାରେ ଏବେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତଦନ୍ତ ଆରମ୍ଭ କରିଦେଇଛି। ସସେକ୍ସ ତା’ର ଅଫିସିଆଲ୍ ୱେବସାଇଟରେ କହିଛି ଯେ ଯେପର୍ଯ୍ୟନ୍ତ ଇସିବି ଏହି ମାମଲାର ତଦନ୍ତ କରୁଛି। ତଦନ୍ତର ଫଳାଫଳ ନଆସିବା ଯାଏ କ୍ଲେଡନଙ୍କୁ ସସପେଣ୍ଡ କରାଯାଉଛି। ବର୍ତ୍ତମାନ ଏହା ଉପରେ ଆଉ କୌଣସି ମନ୍ତବ୍ୟ ଦେବା ଠିକ୍ ହେବନାହିଁ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟଗତ ନିୟମ ଆଧାରରେ ଆଇସିସି ଏବଂ ବିଭିନ୍ନ ଦେଶର ବୋର୍ଡ ବଲକୁ ଚମକାଇବା ପାଇଁ ଏହା ଉପରେ ଲାଳର ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଏହା ସହ ବଲରେ ଉପରେ ଅନ୍ୟ କୌଣସି କୃତ୍ରିମ ପଦାର୍ଥର ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସସପେଣ୍ଡ କାରଣରୁ ଅଭିଜ୍ଞ ପେସ୍ ବୋଲର ସରେ ବିପକ୍ଷ ଟିମର ପରବର୍ତ୍ତୀ ମ୍ୟାଚ୍ ଖେଳିପାରିବେ ନାହିଁ।

ଆହୁରି ପଢ଼ନ୍ତୁ

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ବାଜିଲା ଆଇପିଏଲ୍ ବିଗୁଲ୍‌, ଟସ୍ ଜିତିଲେ ଧୋନି

IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like