ଦାଦା ହେଲେ ବିସିସିଆଇ ବସ୍
ମୁମ୍ୱାଇ: ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି।
ଏବେ ଭାରତର ସଫଳତମ କ୍ରିକେଟର ଏବଂ ଅଧିନାୟକ ସୌରଭ ଗାଙ୍ଗୁଲି ୩୯ ତମ ବିସିସିଆଇ ସଭାପତି ହେବାର ସୌଭାଗ୍ୟ ଅର୍ଜନ କଲେ । କ୍ରିକେଟ ପ୍ରଶାସନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିବା ଗାଙ୍ଗୁଲିଙ୍କ ଟିମ୍ରେ ଉତ୍ତରାଖଣ୍ଡର ମହିମ୍ ବର୍ମା ଉପସଭାପତି ଭାବେ ଦାୟିତ୍ୱ ସମ୍ଭାଳିବେ ।
ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ଧୁମଲ କୋଷାଧ୍ୟକ୍ଷ ଓ କେରଳର ଜୟଶ ଜର୍ଜ ଯୁଗ୍ମ ସମ୍ପାଦକ ଭାବେ ରହିଛନ୍ତି ।