ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ସ୍ମିଥ୍ଙ୍କ ଛୁଟି
ମୁମ୍ବାଇ: ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ବିଦା ହେଲେ ଅଷ୍ଟ୍ରେଲିଆ କ୍ରିକେଟର୍ ଷ୍ଟିଭ୍ ସ୍ମିଥ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ୍ ଟାମ୍ପରିଂ କରି ଧରାପଡ଼ିବା ପରେ ଦଳ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସର ଅଧିନାୟକ କରାଯାଇଛି। ପୂର୍ବରୁ ଏହି ଅଭିଯୋଗରେ ନିନ୍ଦିତ ହେବା ପରେ ଷ୍ଟିଭ୍ ସ୍ମିଥ୍ ଅଷ୍ଟ୍ରେଲିଆ ଅଧିନାୟ ପଦ ହରାଇଥିଲେ। ଏବେ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦରୁ ବିଦା ହୋଇଛନ୍ତି।
୨୯ ବର୍ଷିୟ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ଟଙ୍କାରେ କିଣିଥିଲା। ସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଦଳର ଖେଳିଥିବା ବେଳେ ପରେ ରାଜସ୍ଥାନ ରୟାଲ୍ସ ଖେଳିଥିଲେ। ପୂର୍ବରୁ ଦଳ ପାଇଁ ଉତ୍ତମ ବ୍ୟାଟିଂ ପ୍ରଦର୍ଶନ କରିଥିବା ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦେଇ ଦଳ ତାଙ୍କ ଉପରେ ଭରସା ଦୃଢ଼ କରିଛି।
(ଫଟୋ ସୌଜନ୍ୟ: ଆଜ୍ତକ୍)