ଆଇପିଏଲରେ ପ୍ରଥମ ଥର ପାଇଁ ସ୍ମିଥଙ୍କୁ ଝଟକା

ଦୁବାଇ: ଚଳିତ ଆଇପିଏଲର ୨୦ତମ ମ୍ୟାଚ୍‌କୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍‌ରେ ହରାଇ ଜିତି ନେଇଥିଲା। କିନ୍ତୁ ମ୍ୟାଚ୍‌ ସରିବା ପରେ ରାଜସ୍ଥାନ ରୟାଲ୍ସର କ୍ୟାପ୍‌ଟେନ ଷ୍ଟିଭେନ ସ୍ମିଥଙ୍କ ଉପରେ ଫାଇନ ଲଗାଯାଇଛି। ମ୍ୟାଚ୍‌ରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ୨୦୨୦ ଆଇପିଏଲରେ ତାଙ୍କ ଉପରେ ପ୍ରଥମ କରି ଏହି ଫାଇନ୍ ଲଗାଯାଇଛି।

ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡ ସେଟିଂରେ ସମୟ ନଷ୍ଟ କରିବା କାରଣରୁ ତାଙ୍କ ଦଳ ନିର୍ଦ୍ଧିଷ୍ଟ ସମୟରେ ମ୍ୟାଚ୍ ସାରିପାରି ନଥିଲା। ଏହି କାରଣରୁ ରାଜସ୍ଥାନ ରୟାଲ୍ସର କ୍ୟାପଟେନ ଷ୍ଟିଭେନ୍ ସ୍ମିଥଙ୍କୁ ଜରିମାନା କରାଯାଇଛି ବୋଲି ଆଇପିଏଲ୍ ପକ୍ଷରୁ ଏକ ମିଡିଆ ବିବୃତ୍ତିରେ କହିଛି। ଏହି ଜରିମାନା ତାଙ୍କ ମ୍ୟାଚ୍ ଫି’ରୁ କାଟି ଦିଆଯାଇଛି।

ଏହି ମ୍ୟାଚରେ ରୟାଲ୍ସ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଙ୍ଗ କରି ମୁମ୍ୱାଇ ୧୯୪ ରନ୍‌ର ଟାର୍ଗେଟ ଦେଇଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୁର୍ଯ୍ୟକୁମାର ଯାଦବଙ୍କ୪୪ ବଲରୁ ଅପରାଜିତ ୭୯ ରନ କରି ୧୯୩ ପର୍ଯ୍ୟନ୍ତ ସ୍କୋର ପହଞ୍ଚାଇଥିଲେ। ପରେ ମୁମ୍ୱାଇର ବୋଲରଙ୍କୁ ସମ୍ନା ନକରିପାରି ରାଜସ୍ଥାନ ରୟାଲ୍ସ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହିଲି ଏବଂ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟସ ଆୟରଙ୍କୁ ମଧ୍ୟ ନିଜ ଦଳର ସ୍ଲୋ ଓଭର୍ ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଆହୁରି ପଢ଼ନ୍ତୁ

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

You might also like