କଟକରେ ରାଜ୍ୟ ଆଥଲେଟିକ୍ ମିଟ୍ ଉଦ୍‌ଯାପିତ

ଅଲମ୍ପିଆନ୍ ଦୂତୀ ଚାନ୍ଦ ବେଷ୍ଟ ଆଥଲେଟ୍ ବିବେଚିତ

କଟକ : କଟକରେ ଉଦ୍‌ଯାପିତ ହୋଇଯାଇଛି ରାଜ୍ୟ ଆଥଲେଟିକ୍ ମିଟ୍। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍‌ରେ କଟକ ଦଳଗତ ଚାଂପିଅନ୍ ହୋଇଥିବାବେଳେ ସୁନ୍ଦରଗଡ଼ ରନର୍ସଅପ୍ ହୋଇଛି।

ବେଷ୍ଟ ଆଥଲେଟ୍ ବିବେଚିତ ହୋଇଛନ୍ତି ଅଲମ୍ପିଆନ୍ ଦୂତୀ ଚାନ୍ଦ। ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।

You might also like