ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସତ୍ତ୍ୱେ ପାକିସ୍ତାନ ଯିବ ଶ୍ରୀଲଙ୍କା କ୍ରିକେଟ୍ ଟିମ୍

ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସତ୍ତ୍ୱେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ପାକିସ୍ତାନ ଗସ୍ତ କରିବ। ଏହି ସୂଚନା ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସମ୍ପାଦକ ମୋହନ ଡି ସିଲ୍‌ଭା।

ସେ କହିଛନ୍ତି, ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ପାକିସ୍ତାନ ଗସ୍ତ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ଗ୍ରିନ୍ ସିଗ୍ନାଲ ମିଳିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଶ୍ରୀଲଙ୍କା ଟିମ୍ ପାକିସ୍ତାନ ମାଟିରେ କ୍ରିକେଟ ଖେଳିବ। ଏପରିକି ସେ ନିଜେ ଏବଂ କ୍ରିକେଟ୍ ବୋର୍ଡର ଅନ୍ୟ କିଛି ସଦସ୍ୟ ପାକିସ୍ତାନ ଯିବେ ବୋଲି ମୋହନ ଡି ସିଲ୍‌ଭା କହିଛନ୍ତି।

ସେପ୍ଟେମ୍ବର ୨୭ରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଗସ୍ତରେ ଯିବାକୁ ଥିବା ବେଳେ କେତେକ ଖେଳାଳି ଯିବାକୁ ମନା କରିଦେଇଥିଲେ।

ପ୍ରକାଶ ଥାଉକି, ୨୦୦୯ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯଦିଓ ଶ୍ରୀଲଙ୍କାର କୌଣସି କ୍ରିକେଟର ମୃତାହତ ହୋଇନଥିଲେ, ପାକିସ୍ତାନର ୬ ଜଣ ପୋଲିସ ଓ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ କୌଣସି ଦେଶ କ୍ରିକେଟ୍‌ ଖେଳିବାକୁ ପାକିସ୍ତାନ ଯାଇ ନାହାନ୍ତି।

 

ଆହୁରି ପଢ଼ନ୍ତୁ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ବାଜିଲା ଆଇପିଏଲ୍ ବିଗୁଲ୍‌, ଟସ୍ ଜିତିଲେ ଧୋନି

IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

You might also like