ହାଇଦ୍ରାବାଦକୁ ୧୬୮ ରନ୍‌ର ଟାର୍ଗେଟ୍‌ ଦେଲା ଧୋନୀ ବାହିନୀ

ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍‌ରେ ଆଜି ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ବୋଲର୍‌ ଚେନ୍ନାଇକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ୨୦ ଓଭର ଶେଷ ସୁଦ୍ଧା ଦଳ ୬ଟି ୱିକେଟ୍ ହରାଇ ୧୬୭ରନ୍‌ କରିବାକୁ ସମର୍ଥ ହୋଇଥିଲା।

ଚେନ୍ନାଇ ପକ୍ଷରୁ ସାମ୍‌ କୁରାନ ୨୧ ବଲ୍‌ରେ ୩୧ ରନ୍‌ କରି ସନ୍ଦିପ୍‌ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି ୱାଟ୍‌ସନ୍‌ ୪୨, ଅମ୍ୱାତି ରଇଡ଼ୁ ୪୧ ରନ୍‌ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଶେଷ ଆଡ଼କୁ ରବିନ୍ଦ୍ର ଜାଡ଼େଜା ୧୦ ବଲ୍‌ରେ ୨୫ ରନ୍‌ କରି ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ।

ହାଇଦ୍ରାବାଦ ପକ୍ଷରୁ ସନ୍ଦିପ୍‌ ଶର୍ମା ୪ ଓଭର ବୋଲିଂ କରି ୧୯ରନ୍‌ ଦେଇଥିବା ବେଳେ ୨ଟି ୱିକେଟ୍‌ ନେଇଥିଲେ। ସେହିପରି ଖଲିଲ୍ ଅହମ୍ମଦ ୪୫ ରନ୍‌ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଟି ନଟରାଜନ୍‌ ୪୧ ରନ୍‌ ଦେଇ ୨ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ

ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

You might also like