ହକି ବିଶ୍ୱକପ୍: ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌

ଭୁବନେଶ୍ୱର:  ହକି ବିଶ୍ୱକପ୍ ହକି ପାଇଁ ଗୋଟିଏ ପରେ ଗୋଟିଏ ବିଦେଶୀ ଟିମ୍ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଆଜି ସ୍ପେ‌ନ୍‌ ଦଳ ଆସି ଭୁବନେଶ୍ୱରରେ ପହଞ୍ଛିଛି।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ପେନ୍ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି।

ହକି ବିଶ୍ୱକପ୍‌ ପାଇଁ ପଞ୍ଚମ ବିଦେଶୀ ଦଳ ଭାବେ ସ୍ପେନ୍ ଆସି  ଭୁବନେଶ୍ୱରରେ ପହଞ୍ଚିଛି।

ବିଶ୍ୱ ରାଙ୍କିଂରେ ଅଷ୍ଟମ ସ୍ଥାନରେ ରହିଥିବା ସ୍ପେନ୍‌ ଦୁଇ ଥର ଉପ ବିଜେତା ହୋଇଥିବାବେଳେ ଥରେ ବ୍ରୋଞ୍ଜ ପଦକ ହାସଲ କରିଥିଲା।

You might also like