ଶେଷ ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, ସିରିଜ୍ ବରାବର

ବେଙ୍ଗାଲୁରୁ : ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା।

ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୧୪୦ ରନ୍ କରି ବିଜୟୀ ହୋଇଛି। ଭ୍ରମଣକାରୀ ଦଳ ପକ୍ଷରୁ ଡି’କକ୍ ସର୍ବାଧିକ ଅପରାଜିତ ୭୯ ରନ୍ କରିଛନ୍ତି।
୧୩୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ଡି’କକ୍ ଓ ରୀଜା ହେଣ୍ଡ୍ରିକ୍ସ ସତର୍କତାର ସହ ଖେଳିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୬ ରନର ଭାଗୀଦାରୀ କରି ଦଳ ପାଇଁ ବିଜୟ ମୂଳଦୁଆ ପକାଇଥିଲେ। ହେଣ୍ଡ୍ରିକ୍ସ ୨୬ ବଲରେ ୪ ଚୌକା ସହ ୨୮ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ

You might also like