ବଲ୍ ଟ୍ୟାମ୍ପରିଂ ଘଟଣା : ସ୍ମିଥ୍ ଓ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷେ ପାଇଁ ବାସନ୍ଦ କଲା ଅଷ୍ଟ୍ରେଲିଆ

କାନବେରା/ନୂଆ ଦିଲ୍ଲୀ : ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାକ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷକ ପାଇଁ ବାସନ୍ଦ ସୂଚନା।

ସେହିପରି ବଲ୍ ଟାମ୍ପରିଂ କରି ଧରା ପଡ଼ିଥିବା ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ୩ଜଣ ଖେଳାଳି ସିଡନୀରେ ପହଞ୍ଚିବା ପରେ ଗଣମାଧ୍ୟମରେ ପକ୍ଷ ରଖିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବଲ୍ ଟାମ୍ପରିଂ ବେଳେ ଅଷ୍ଟ୍ରେଲିଆ ଟିମ୍ ଧରା ପଡ଼ିଥିଲା। ସେହିପରି ବଲ୍ ଟାମ୍ପରିଂ ଅଭିଯୋଗ ଆସିବା ପରେ ଡେଭିଡ୍ ଓ୍ୱାର୍ନରଙ୍କୁ ଆଇପିଏଲ ଟିମ୍ ସନ୍‌ରାଇଜର୍ସ ହାଇଦ୍ରାବାଦ କ୍ୟାପ୍ଟେନ ପଦରୁ ହଟାଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍

ସେପଟେ BCCI ମଧ୍ୟ ସ୍ମିଥ ଓ ଓ୍ୱାର୍ନରଙ୍କୁ ବାସନ୍ଦ କରିଛି। ଫଳରେ ଏହି ୨ ଖେଳାଳି ଚଳିତ ସିଜନର IPL ମ୍ୟାଚ ଖେଳିପାରିବେ ନାହିଁ।

ଆହୁରି ପଢ଼ନ୍ତୁ

You might also like