ଦିନେ ସୋନାଲୀ ବେନ୍ଦ୍ରେଙ୍କୁ କିଡ୍ନାପ୍ କରିବାକୁ ଚାହୁଁଥିଲେ ଶୋଏବ୍ ଅଖତର !
ଭୁବନେଶ୍ୱର: ପାକିସ୍ତାନୀ ବୋଲର୍ ଶୋଏବ ଅଖତର୍। ଦେଖିବାକୁ ଡେଙ୍ଗା ଯେମିତି ଶୀରରେ ଫୂର୍ତ୍ତି ବି ସେମିତି। ତାଙ୍କ କ୍ରିକେଟ୍ କ୍ୟରିୟର୍ରେ ଖୁବ୍ ଦ୍ରୁତ ବୋଲିଂ କରୁଥିବା ଏହି ବୋଲରକୁ ଦୁନିଆ ରାୱଲ୍ପିଣ୍ଡି ଏକ୍ସପ୍ରେସ୍ ନାଁରେ ଜାଣେ। ପଡ଼ିଆରେ ବଡ଼ ବଡ଼ ବ୍ୟଟ୍ସମ୍ୟାନ୍ଙ୍କୁ ବୋଲ୍ଡ କରୁଥିବା ଏହି ପାକିସ୍ତାନୀ ବୋଲର କିନ୍ତୁ ଦିନେ ଇଣ୍ଡିଆର ଜଣେ ହିରୋଇନ୍ଙ୍କ ଆଖିର ଗୁଗ୍ଲୀରେ ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପ୍ରେମରେ ଏମିତି ଦିୱାନା ହୋଇଯାଇଥିଲେ ଯେ ସେ ତାଙ୍କୁ କିଡ୍ନାପ୍ କରିବାକୁ ଚାହୁଁଥିଲେ। ଏକଥା ନିଜେ ଶୋଏବ୍ ଟେଲିଭିଜନର ଏକ ଟକ୍ ଶୋ’ରେ କହିଥିଲେ।
ଏହି ଟକ୍ ଶୋ’ର ଥଟାମଜା ଚାଲିଥିବା ବେଳେ ଶୋଏବ୍ କହିଥିଲେ, ଯଦି ସୋନାଲୀ ତାଙ୍କ ପ୍ରସ୍ତାବକୁ ଏଡ଼ାଇ ଦିଅନ୍ତି ତେବେ ସେ ତାଙ୍କୁ କିଡ୍ନାପ୍ କରିବେ। ବାସ୍ ଏହାପରେ ଅନେକ ମିଡିଆରେ ଶୋଏବ୍ ଓ ସୋନାଲୀ ଲଭ୍ ଅଫେୟାର ଖବର ପ୍ରକାଶିତ ହୋଇଥିଲା। ସେ ସମୟରେ ଏହା ବେଶ୍ ଚର୍ଚ୍ଚା ମଧ୍ୟ ସାଉଁଟି ଥିଲା। ଗୋଟେ ସମୟରେ ଶୋଏବ ସୋନାଲୀଙ୍କ ଫଟୋ ନିଜ ପର୍ସରେ ଧରି ବୁଲିବାର ଖବର ବି ପ୍ରକାଶ ପାଇଥିଲା। କେବେଳ ସେତିକି ନୁହେଁ ଶୋଏବ ତାଙ୍କ ରୁମ୍ରେ ବି ସୋନାଲୀଙ୍କ ଫଟୋ ଲଗାଇଥିଲେ ବୋଲି ଶୁଣିବାକୁ ମିଳିଥିଲା
ତେବେ ଗତ ୩ ମାସ ତଳେ ଶୋଏବ ନିଜ ୟ୍ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏକ ଭିଡିଓ ଅପ୍ଲୋଡ୍ କରି ଏହିସବୁ ଘଟଣାକୁ ଗୁଜବ୍ ବୋଲି କହିଛନ୍ତି। ସେ ଏହି ଭିଡିଓ ମାଧ୍ୟମରେ ସମସ୍ତ ଘଟଣାରୁ ପରଦା ଉଠାଇଛନ୍ତି।
ଶୋଏବ କହିଛନ୍ତି, “ମୁଁ ତାଙ୍କୁ ଫିଲ୍ମରେ ଦେଖିଛି ସତ। କିନ୍ତୁ ମୁଁ ତାଙ୍କର ସେତେବଡ଼ ଫ୍ୟାନ୍ ନୁହେଁ। ତାଙ୍କର ମୋର ସହିତ କୌଣସି ସମ୍ପର୍କ ନାହିଁ। ମୋ ରୁମ୍ରେ କେବେଳ ଇମ୍ରାନ୍ ଖାନଙ୍କ ଫଟୋ ଛଡ଼ା ଅନ୍ୟ କାହାର ଫଟୋ ନଥିଲା।” ଏସବୁ ଘଟଣାକୁ ଗୁଜବ୍ ବୋଲି କହିଥିଲେ ଶୋଏବ।
ପୂର୍ବରୁ ସେ ସୋନାଲୀଙ୍କ ଫ୍ୟାନ୍ ନଥିଲେ କିନ୍ତୁ ସେ ସାହସିକତାର ସହିତ କ୍ୟାନସର୍ ସହ ଲଢ଼ି ଜିତିବା ପରେ ସେ ତାଙ୍କ ଫ୍ୟାନ୍ ହୋଇଯାଇଛନ୍ତି ବୋଲି ଶୋଏବ କହିଥିଲେ। ଏହାସହିତ ଦୀଆ ମିର୍ଜାଙ୍କ ସହିତ ତାଙ୍କ ବିବାହ କଥା ମଧ୍ୟ ଗୁଜବ ଥିଲା ବୋଲି ଶୋଏବ ତାଙ୍କ ଭିଡିଓରେ କହିଥିଲେ।