ବିୟର ବଟଲ୍ ଧରି ଫଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ବିଜୟ ଓ ଧାୱନ
ନୂଆଦିଲ୍ଲୀ: ନଟିଂହାମ୍ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍ ଦଳ ୫ ଟିକିଆ ଟେଷ୍ଟ ସିରିଜରେ କମ୍ବ୍ୟାକ୍ କରିଛି ସତ। ହେଲେ ବିଅର ବୋତଲ ଧରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଦୁଇ ଭାରତୀୟ ଷ୍ଟାର୍ ଖେଳାଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ଶିଖର ଧାୱନ୍ ଓ ମୁରଲୀ ବିଜୟ। ଶିଖର ଧାୱନ ଏହି ଫଟୋ ପୋଷ୍ଟ କରିଛନ୍ତି।
Celebrating a good victory with a good mate! ? #TeamIndia #ENGvIND pic.twitter.com/N8KxCDCm1f
— Shikhar Dhawan (@SDhawan25) 22 August 2018
ଏହି ଫଟୋ ସେମାନଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ପ୍ରଶଂସକମାନେ ଏହାକୁ ନାପସନ୍ଦ କରିଛିନ୍ତି। କାରଣ ସେମାନେ ଟିମ୍ ଇଣ୍ଡିଆ ଜର୍ସିରେ ଥିବା ସମୟରେ ଏକ ବିୟରର ପ୍ରମୋସନ କରୁଛନ୍ତି। କିଛି ସମାଲୋଚକ ଏହାର କଡ଼ା ସମାଲୋଚନା କରିଛନ୍ତି। କ୍ରିକେଟରମାନଙ୍କୁ ଭାରତୀୟ ଯୁବକମାନେ ଅନ୍ଧ ଭଳି ବିଶ୍ୱାସ କରନ୍ତି। ହେଲେ ଏମାନେ ଖୋଲା ଖୋଲି ବିୟର ପିଇବା ଠିକ୍ ହୋଇନାହିଁ ବୋଲି ମତ ପ୍ରକାଶ ପାଇଛି।