ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ପହଞ୍ଚିଲେ ଭୁବନେଶ୍ୱରରେ

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ଶାହରୁଖଙ୍କ ଟିକେ ଝଲକ ପାଇବା ପାଇଁ ଏୟାରପୋର୍ଟ ପରିସରରେ ଦେଖିବାକୁ ମିଳିଛି ଫ୍ୟାନ୍ ମାନଙ୍କ ପ୍ରବଳ ଭିଡ଼। ତେବେ ଫ୍ୟାନ୍ ମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କିଙ୍ଗ୍ ଖାନ୍ ।

ଆସନ୍ତାକାଲି ଭୁବନେଶ୍ୱରେ ଅାସି ପହଞ୍ଚିଥିଲେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଅାର୍ ରେହମାନ୍। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲ୍‌କୁ ନିଅାଯାଇଥିଲା।

ସେହିପରି କାଲି ସଂଧ୍ୟାରେ ରାଜଧାନୀରେ ପହଞ୍ଚିଥିଲେ ବଲିଉଡ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ। ସେ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଅାକର୍ଷଣ।

You might also like