ଇଶାନ୍ତଙ୍କୁ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ସଚିନ

ମୁମ୍ବାଇ: ମଜାଦାର ଟ୍ୱିଟ୍‌ ପାଇଁ ବୀରେନ୍ଦ୍ର ସେହ୍ୱାଗ ବେଶ୍‌ ପରିଚିତ। ବିଶେଷ କରି କାହାକୁ ଜନ୍ମଦିନ କିମ୍ବା ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇବା ସମୟରେ ସେ ମଜାଦାର ଟ୍ୱିଟ୍‌ ମାଧ୍ୟମରେ ବଧାଇ ଜଣାଇଥାନ୍ତି। ଏଥର କିନ୍ତୁ ସେହ୍ୱାଗଙ୍କ ବଦଳରେ ଏହି ତାଲିକାରେ ସାମିଲ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର।

ଆଜି ଭାରତୀୟ ବୋଲର୍ ଇଶାନ୍ତ ଶର୍ମା ୩୦ ବର୍ଷରେ ପାଦ ଦେଇଛନ୍ତି। ବିଶ୍ୱ କ୍ରିକେଟ୍‌ରେ ସେ ତାଙ୍କ ଉଚ୍ଚତା ପାଇଁ ପରିଚିତ। ବର୍ତ୍ତମାନ ଇଶାନ୍ତ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ହେଲେ ଜନ୍ମଦିନର ଶୁଭେଚ୍ଛା ବର୍ତ୍ତା ଦେବା ପାଇଁ ଭୁଲିନାହାନ୍ତି ତେନ୍ଦୁଲକର। ସେ ଏକ ମଜାଦାର ଟ୍ୱିଟ୍‌ ମାଧ୍ୟମରେ ଇଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସଚିନଙ୍କ ଏହି ଟ୍ୱିଟ୍‌ ପରେ ଟ୍ୱିଟର ଆକାଉଣ୍ଟଧାରୀ ମାନେ ଦ୍ୱନ୍ଦରେ ପଡ଼ିଯାଇଛନ୍ତି। କାରଣ ସଚିନ୍‌ ଏମିତି ମଜାଦାର ଟ୍ୱିଟ୍‌ କରିବାରେ ନଜର ଆସିନଥାନ୍ତି। ସେଥିପାଇଁ କ୍ରୀଡ଼ାପ୍ରେମୀମାନେ ଏଥିରେ ଲେଖିଛନ୍ତି, ହୁଏତ ସଚିନ ବୀରୁଙ୍କ ସହ ତାଙ୍କ ପାସୱାର୍ଡ ସେୟାର କରିଛନ୍ତି। ନଚେତ୍‌ ବୀରୁ ସଚିନଙ୍କ ପାସୱାର୍ଡକୁ ହ୍ୟାକ୍‌ କରି ଏହି ଟ୍ୱିଟ୍‌ କରିଛନ୍ତି।

You might also like