ପରଲୋକରେ ସଚିନ୍‌ଙ୍କ ଗୁରୁ

ମୁମ୍ବାଇ: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ୍ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର୍‌ଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଦୀର୍ଘ ଦିନ ଧରି ରମାକାନ୍ତ ଅସୁସ୍ଥ ଥିଲୋ ତାଙ୍କ ବିୟୋଗରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ରମାକାନ୍ତଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇ ବାସଭବନକୁ ଛୁଟିଛି ପ୍ରଶଂସକଙ୍କ ସୁଅ। ସଚିନ୍‌ଙ୍କ କ୍ରିକେଟ୍ କ୍ୟାରିୟର୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି  ଆଚ୍‌ରେକର୍।

କ୍ରିକେଟ୍ର ପ୍ରଥମ ଗୁରୁ ଭାବେ ପ୍ରତିବର୍ଷ ସଚିନ୍ ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ସଚିନ୍‌ଙ୍କ ବ୍ୟତୀତ ବିନୋଦ କାମ୍ବଲି, ସମୀର ଦିଘି ଏବଂ ବଲୱନ୍ତ ସିଂହ ସାନ୍ଧୁଙ୍କ କୋଚ୍ ଥିଲେ ଆଚ୍‌ରେକର୍।

ନିଜ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୦ରେ ଦୌଣାଚାର୍ଯ୍ୟ ଏବଂ ୨୦୧୦ରେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

You might also like