ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ସଚିନ
ଲଣ୍ଡନ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବଡ଼ ସମ୍ମାନ। ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ମାଷ୍ଟର ବ୍ଲାଷ୍ଟର ।
ଇଂଲଣ୍ଡରେ ଆୟୋଜିତ ହୋଇଥିବା ଆଇସିସିର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଏହି ସମ୍ମାନ ସଚିନ୍ଙ୍କୁ ଦିଆଯାଇଛି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।
ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ଷଷ୍ଠ କ୍ରିକେଟର। ଏହା ଆଗରୁ ରାହୁଲ ଦ୍ରାବିଡ଼, ସୁନିଲ ଗାଭସ୍କର, କପିଲ୍ ଦେବ, ବିଶନ୍ ସିଂ ବେଦୀ, ଅନୀଲ କୁମ୍ବଲେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।
Highest run-scorer in the history of Test cricket ✅
Highest run-scorer in the history of ODI cricket ✅
Scorer of 100 international centuries 💯The term ‘legend’ doesn’t do him justice. @sachin_rt is the latest inductee into the ICC Hall Of Fame.#ICCHallOfFame pic.twitter.com/AlXXlTP0g7
— ICC (@ICC) 18 July 2019
ସଚିନଙ୍କ ସହିତ ଗତକାଲି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଆଲାନ୍ ଡୋନାଲ୍ଡ, ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍ କ୍ୟାଥରିୟାନ୍, ଫିଡଜପାଥରିକ୍ଙ୍କୁ ବି ଏହି ସମ୍ମାନ ମିଳିଛି।