ଗୁରୁଦିବସରେ ନିଜ ଗୁରୁଙ୍କୁ ମନେ ପକାଇଲେ ସଚିନ

ମୁମ୍ବାଇ: ଆଜି ହେଉଛି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍‌ ତେନ୍ଦୁଲକର ମଧ୍ୟ ଏହି ଅବସରରେ ତାଙ୍କ ଗୁରୁ ରମାକାନ୍ତ ଆଚ୍‌ରେକରଙ୍କୁ ମନେ ପକାଇଛନ୍ତି ଓ ଏକ ଟ୍ୱିଟ୍ କରିଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି,“ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ, ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଆଚ୍‌ରେକର ସାର୍ ମୋତେ ଉଭୟ ଖେଳରେ ଓ ଜୀବନରେ ସବୁବେଳେ ସିଧା ଖେଳିବା ଶିଖାଇଥିଲେ। ମୋ ଜୀବନ ଗଢ଼ିବାରେ ତାଙ୍କର ଯେଉଁ ଅମାପ ଯୋଗଦାନ ରହିଛି, ସେଥିପାଇଁ ମୁଁ ତାଙ୍କ ନିକଟରେ ସବୁଦିନେ କୃତଜ୍ଞ ରହିବ। ସେ ଶିଖାଇଥିବା କଥା ଏବେ ବି ମୋତେ ଦିଗ୍‌ଦର୍ଶନ ଦିଏ।’  ଏହି ଲେଖା ସହିତ ସଚିନ୍ ତାଙ୍କ ଗୁରୁ ତାଙ୍କୁ ବ୍ୟାଟିଂର କୌଶଳ ଶିଖାଉଥିବାର ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି।

ସଚିନ୍‌ଙ୍କ ବ୍ୟତୀତ କ୍ରିକେଟ୍‌ର ବିନୋଦ କାମ୍ବଲୀ, ପ୍ରବୀଣ ଆମ୍ରେ, ଅଜିତ୍ ଅଗରକର ଓ ରମେଶ ପାୱାର ମଧ୍ୟ ରମାକାନ୍ତ ଆଚ୍‌ରେକରଙ୍କ ଛାତ୍ର ଥିଲେ।

୮୭ ବର୍ଷ ବୟସରେ ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ରମାକାନ୍ତ ଆଚ୍‌ରେକରଙ୍କ ପରଲୋକ ହୋଇଥିଲା।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like