ସଚିନ୍ଙ୍କ ଜୀବନୀକୁ ନେଇ ନିଆରା ଲାଇବ୍ରେରୀ
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସଚିନ୍ ତେନ୍ଦୁଲକର୍ ସିନା ବିଦାୟ ନେଇଗଲେ। ହେଲେ ଏବେ ବି ପ୍ରଶଂସକ ମାନଙ୍କ ମଧ୍ୟରେ ସଚିନ୍ କ୍ରିକେଟ ଗଡ୍ ହୋଇ ରହିଛନ୍ତି। ଦେଶ ବିଦେଶରେ ସଚିନଙ୍କୁ ଭଲପାଇବା ସେମିତି ଅତୁଟ ହୋଇ ରହିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସଚିନଙ୍କ ପ୍ରଶଂସକମାନଙ୍କ ଭଲପାଇବାର ପ୍ରମାଣ ଦେଇଛି। କେରଳର ଜଣେ ପ୍ରଫେସର ସଚିନ ତେନ୍ଦୁଲକର୍ଙ୍କ ଉପରେ ନିର୍ମାଣ କରିଛନ୍ତି ଏକ ନିଆରା ଲାଇବ୍ରେରୀ।
ମାଲବାର୍ ଖ୍ରୀଷ୍ଟିଆନ କଲେଜର ଇତିହାସ ପ୍ରଫେସର ବଶିଷ୍ଠ ମାଣିକୋଠ୍। କୋଝିକୋଡ଼୍ଠାରେ ସଚିନଙ୍କୁ ନେଇ ଏକ ଲାଇବ୍ରେରୀରେ ନିର୍ମାଣ କରିଛନ୍ତି। ଏହି ଲାଇବ୍ରେରୀରେ ସଚିନଙ୍କ ଜୀବନୀ ସମ୍ବଳିତ ପୁସ୍ତକ ସମେତ ତାଙ୍କ ଉପରେ ଲିଖିତ ୬୦ଟି ବହି ରଖାଯାଇଛି। ବଡ଼ କଥା ହେଉଛି ଏଠାରେ ରଖାଯାଇଥିବା ପୁସ୍ତକ ଗୁଡ଼ିକ ୧୧ଟି ଭାଷାରେ ଉପଲବ୍ଧ ରହିଛି। ହିନ୍ଦି, ଇଂରାଜୀ, ତାମିଲ, ତେଲୁଗୁ, ମାଲାୟଲାମ, କନ୍ନଡ଼, ମରାଠୀ ଓ ଗୁଜୁରାଟି ଭଳି ଭାଷାରେ ଏହି ପୁସ୍ତକଗୁଡ଼ିକ ରହିଛି। ବଶିଷ୍ଠ ମାଣିକୋଠ୍ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଲାଇବ୍ରେରୀଟି ଆଖପାଖ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି।
History professor Vasisht Manikoth from Malabar Christian College has set up a library on Sachin Tendulkar in Kozhikode. The library consists of 60 books on Sachin, published in eleven languages including Malayalam,Tamil, Telugu, Kannada, Marathi, Gujarati & Hindi. #Kerala pic.twitter.com/d0Z3sAEwvr
— ANI (@ANI) 24 April 2018