ପ୍ରଥମ ଦଳ ଭାବେ ପ୍ରି କ୍ୱାର୍ଟରରେ ଋଷିଆ

ଭୁବନେଶ୍ୱର : ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି।  ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟକୁ ବିଜୟୀ କରି ପାରି ନଥିଲେ।

ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ ଋଷିଆ ଅଗ୍ରଣୀ ହୋଇଥିଲା। ଏହାପରେ ୫୯ତମ ମିନିଟରେ ଡେନିସ ଚେରିସେଭ ଓ ୬୨ତମ ମିନିଟରେ ଆର୍ଟେମ ଡିଉବା ଗୋଲ ଦେଇଥିଲେ। ସୋଭିଏତ ସଂଘରୁ ଅଲଗା ହେବା ପରଠାରୁ ଋଷିଆ ପ୍ରିକ୍ୱାର୍ଟର ପର୍ଯ୍ୟାୟକୁ ଯାଇ ପାରି ନଥିଲା ୧୯୯୪, ୨୦୦୨ ଓ ୨୦୧୪ ବିଶ୍ୱକପରେ ଋଷିଆ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା।

You might also like