ଫର୍ମକୁ ଫେରିଲେ ବିରାଟ; ୫ ବଲ୍ ବାକିଥାଇ ମ୍ୟାଚ୍ ଜିତିଲା ଆର୍‌ସିବି

ଦୁବାଇ: ଫର୍ମକୁ ଫେରିଲେ ବିରାଟ। ଲଗାତର ୩ଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ରାଜସ୍ଥାନ ରୟାଲ୍ସ ଉପରେ ପ୍ରବଳ ବର୍ଷିଛନ୍ତି। ଆଜିର ମ୍ୟାଚ୍‌ରେ ୭୨ ରନ୍‌ର ଅପରାଜେୟ ଇନିଂସ ଖେଳିଛନ୍ତି ବିରାଟ।

ତେବେ ବିରାଟଙ୍କ ବ୍ୟତୀତ ଯୁବ ତାରକା ଦେବଦୂତ ପାଡିକ୍କଲ ମଧ୍ୟ ୬୩ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ଏହି ଦୁଇ ଖେଳାଳୀଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି।

ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ୧୫୫ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ଆର୍‌ସିବି। ବିରାଟ ଓ ଦେବଦୂତଙ୍କ ଲଢ଼ୁଆ ବ୍ୟାଟିଂ ଫଳରେ ଦଳ ୫ଟି ବଲ ବାକିଥାଇ ୨ ୱିକେଟ ହରାଇ ବିଜୟ‌ ହାସଲ କରିନେଇଥିଲା ଆର୍‌ସିବି।

ବୋଲରଙ୍କ ପ୍ରଦର୍ଶନ
ଆର୍‌ସିବି ପକ୍ଷରୁ ଚହଲ ୪ ଓଭରରେ ୨୪ ରନ୍‌ ଦେଇ ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିବା ବେଳେ ଉସୁରୁ ଉଦାନା ୪ ଓଭର ପକାଇ ୪୧ ରନ୍‌ ଦେବା ସହିତ ୨ ୱିକେଟ୍ ନେଇଥିଲେ।। ରାଜସ୍ଥାନ ରୟାଲ୍ସ ପକ୍ଷରୁ କୌଣସି ବୋଲର ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲେ। ଦଳ ପକ୍ଷରୁ ଜୋଫ୍ରା ଆର୍ଚର ଓ ଶ୍ରେୟଶ ଗୋପାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ବ୍ୟାଟ୍ସମ୍ୟାନ୍‌ଙ୍କ ପ୍ରଦର୍ଶନ

ରାଜସ୍ଥାନ ପକ୍ଷରୁ ମହିପାଲ ଲମରୋର ୩୯ ବଲ୍‌ ଖେଳି ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ରାହୁଲ୍‌ ତେୱତିଆ ୧୨ ବଲ୍‌ରେ ୨୪ ରନ୍‌ ଓ ଜୋସ ବଟ୍‌ଲର୍ ୧୨ ବଲ୍‌ ଖେଳି ୨୨ ରନ୍ କରିଥିଲେ।‌ ସେହିପରି ଆର୍‌ସିବି ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୨ ରନ୍ କରି ଅପରାଜିତ ରହିଥିବା ବେଳେ ଦେବଦୂତ ପାଡିକ୍କଲ ୬୩ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଛନ୍ତି। ଡିଭିଲିୟର୍ସ ମଧ୍ୟ ୧୨ ରନ୍ କରି ଅପରାଜିତ ରହିଛନ୍ତି।

ଏହି ବିଜୟ ସହିତ ବେଙ୍ଗାଲୁରୁ ତିନୋଟି ମ୍ୟାଚ ଚଳିତ ସିଜିନ୍‌ରେ ଜିତି ଥିବା ବେଳେ ରାଜସ୍ଥାନ ୪ଟି ମ୍ୟାଚ୍‌ରୁ ୨ଟି ଜିତିଛି ଏବଂ ୨ଟି ହାରିଛି।

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like