କାର୍ତ୍ତିକ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ନିଷ୍ପତ୍ତି ମୋର ଥିଲା : ରୋହିତ୍‌ ଶର୍ମା

ଫାଇନାଲ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ୍ ଟ୍ରଫିକୁ ନିଜ୍‌ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। କାର୍ତ୍ତିକଙ୍କୁ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଲା ଏବଂ ତାଙ୍କ ଉପରକୁ ୬ ନମ୍ବର ସ୍ଥାନରେ ବିଜୟ ଶଙ୍କରଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ନିଷ୍ପତ୍ତି ରୋହତିଙ୍କର ହିଁ ଥିଲା ବୋଲି ସେ କହିଛନ୍ତି।

କାର୍ତ୍ତିକ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍‌ ତାଙ୍କୁ ଯେଉଁ ନମ୍ବରରେ ଖେଳିବାକୁ କୁହାଯିବ ସେ ସେହି ସ୍ଥାନରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ତେଣୁ ଫାଇନାଲ୍‌ ମ୍ୟାଚ୍‌ରେ ଶେଷ ଓଭରରେ ତାଙ୍କର ଆବଶ୍ୟକତା ଅଧିକ ଥିବା ଜାଣି ତାଙ୍କୁ ୭ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବଂ ଏହି ନମ୍ବରରେ ସେ ଆକର୍ଷଣୀୟ ବ୍ୟାଟିଂ କରି ଭାରତକୁ ଜିତାଇପାରିଲେ ବୋଲି ରୋହିତ କହିଛନ୍ତି।

ରୋହିତ ଚିନ୍ତା କରୁଥିଲେ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭର୍‌ ହେବ। ଏଥିପାଇଁ ସେ ପ୍ୟାଡ୍‌ଅପ୍‌ ହେଉଥିଲେ। ସୁପର୍‌ ଓଭର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କାର୍ତ୍ତିକ ମଧ୍ୟ ତାଙ୍କ ସହ ପଡ଼ିଆରେ ରହିବେ ବୋଲି ସେ ମନେମନେ ସ୍ଥିର କରିଥିଲେ। ସେଥିପାଇଁ ସେ ସୁପର ଓଭର ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାର୍ତ୍ତିକ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ ଜିତାଇଦେଇଥିଲେ।

ଆହୁରି ପଢ଼ନ୍ତୁ

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

You might also like