ଆଇସିସି ଆୱାର୍ଡ ୨୦୧୯: ରୋହିତ, ବିରାଟଙ୍କୁ ମିଳିଲା ଏହି ପୁରସ୍କାର

ନୂଆଦିଲ୍ଲୀ: ୨୦୧୯ର ପ୍ରଦର୍ଶନ ପାଇଁ ଆଇସିସି(ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ ) ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି।

Image result for australia pat comins"

୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ୍ ଦି ଇୟରରେ ସମ୍ମାନୀତ ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ ସଂଗ୍ରହ କରିଥିଲେ। ସେହିପରି ବାକି ୨୮ଟି ଦିନିକିଆରେ ସେ ୧୪୯୦ ରନ ସଂଗ୍ରହ କରିଥିଲେ। ଟେଷ୍ଟ ମ୍ୟାଚରେ କିନ୍ତୁ ଶ୍ରେଷ୍ଠ କ୍ରିକେଟର୍ ଆଓ୍ୱାର୍ଡ ଅଷ୍ଟ୍ରେଲିଆର ଉପ ଅଧିନାୟକ ପ୍ୟାଟ୍ କ୍ୟୁମିନସଙ୍କୁ ମିଳିଛି।

ସେହିପରି ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାରକୁ ଦେଖି ଆଇସିସି ତାଙ୍କୁ ସ୍ପିରିଟ୍ ଅଫ୍ ଦ ଇୟର ଆଓ୍ୱାର୍ଡ ଦେଇଛି। ବିଶ୍ୱକପରେ ଅଷ୍ଟ୍ରେଲିଆ ସହିତ ଭାରତ ମ୍ୟାଚ ଖେଳୁଥିଲା। ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ବାଉଣ୍ଡ୍ରି ପାଖରେ ସ୍ମିଥ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ବାଉଣ୍ଡ୍ରିଂ ପାଖରେ ଉପସ୍ଥିତ ଦର୍ଶକ କ୍ୟାପଟେନ ସ୍ମିଥଙ୍କୁ ଛିଗୁଲେଇ ଥିଲେ। ହେଲେ କୋହଲି ତାଙ୍କ ମନବଳ ବଢ଼ାଇବାକୁ ଯାଇ ତାଳି ମାରିଥିଲେ। ଏମିତିକି ଦର୍ଶକଙ୍କୁ ମଧ୍ୟ ତାଳିମାରିବାକୁ କହିଥିଲେ।

ସୂଚନାଯୋଗ୍ୟ, ୨୦୧୮ରେ ସ୍ମିଥ୍ ଏବଂ ଓ୍ୱାର୍ଣ୍ଣର ବଲ ଟ୍ୟାମ୍ପରିଂ ପାଇଁ ମ୍ୟାଚରୁ ବାଦ୍ ପଡ଼ିଥିଲେ। ଏମିତିକି ବର୍ଷେ ପାଇଁ ତାଙ୍କୁ କ୍ରିକେଟରୁ ବ୍ୟାନ କରାଯାଇଥିଲା।

Image result for ben stoikes"

 

ସେହିଭଳି ଇଂଲଣ୍ଡର ବେନ୍ ଷ୍ଟୋକ୍ସ, ୱାର୍ଲ୍ଡ ପ୍ଲେୟାର ଅଫ୍ ଦି ଇଅର ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ଷ୍ଟୋକ୍ସ ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ।

You might also like