ଧୋନିଙ୍କୁ ଟପିଲେ ରିଷଭ ପନ୍ତ

କିଙ୍ଗଷ୍ଟନ୍: ଟିମ୍ ଇଣ୍ଡିଆର ଯୁବ ଖେଳାଳି ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ୫୦ ବ୍ୟାଟ୍ସମ୍ୟାନଙ୍କୁ ଦ୍ରୁତ ଭାବେ ଆଉଟ୍ କରିବାରେ ପ୍ରଥମ ଭାରତୀୟ ୱିକେଟକିପର ହୋଇଛନ୍ତି। ନିଜର ଏହି ଉପଲବ୍ଧି ସହ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି।

୨୧ ବର୍ଷୀୟ ପନ୍ତ ରବିବାର ନିଜର ୧୧ତମ ଟେଷ୍ଟରେ ୫୦ତମ ଶିକାର ହାସଲ କରିଛନ୍ତି । ଧୋନି ୧୫ ଟେଷ୍ଟରେ ଏହି କାରନାମା କରିଥିଲେ। ଈଶାନ୍ତ ଶର୍ମାଙ୍କ ବଲରେ ପନ୍ତ କ୍ରେଗ୍ ବ୍ରାଥୱେଟଙ୍କ କ୍ୟାଚ୍ ଧରି ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଗତବର୍ଷ ଡିସେମ୍ବରରେ ସେ ଗୋଟିଏ ଟେଷ୍ଟରେ କୌଣସି ୱିକେଟକିପର ଭାବେ ସର୍ବାଧିକ କ୍ୟାଚ୍ ଧରିବାର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସେ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏହି ରେକର୍ଡ କରିଥିଲେ।

ତେବେ ଏହା ମଧ୍ୟରେ ପନ୍ତଙ୍କ ବ୍ୟାଟିଂକୁ ନେଇ ଅନେକ ସମାଲୋଚନା ହେବାରେ ଲାଗିଛି। ତିନୋଟି ଯାକ ଫର୍ମାଟରେ ପନ୍ତ ଅନେକଥର ଦାୟିତ୍ୱହୀନ ଶଟ୍ ଖେଳି ଆଉଟ୍ ହୋଇଛନ୍ତି। ତେଣୁ ବାରମ୍ବାରା ଏହି ଭୁଲ୍ କାରଣରୁ ତାଙ୍କୁ କ୍ରିକେଟ୍ ବିଶେଷଜ୍ଞମାନେ ସମାଲୋଚନା କରୁଛନ୍ତି।

ଆହୁରି ପଢ଼ନ୍ତୁ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

You might also like