ଋଷଭ ପନ୍ତଙ୍କୁ ପ୍ରଶଂସା କଲେ ବ୍ରାଏନ୍ ଲାରା

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍‌ର ମହାନ କ୍ରିକେଟ୍ ତାରକା ବ୍ରାଏନ୍ ଲାରା ଦିଲ୍ଲୀ କ୍ୟାପିଟାଲର ୱିକେଟ୍ କିପର ଋଷଭ ପନ୍ତଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଋଷଭ ଚଳିତ ଆଇପିଏଲରେ ତାଙ୍କ ଖେଳିବାର ଶୈଳୀକୁ ବହୁ ଆଗକୁ ନେଇଛନ୍ତି।

ଋଷଭ ବଲ୍‌କୁ ଅଫ୍ ସାଇଡ୍‌ରେ ଭଲ ଭାବରେ ଖେଳୁଛନ୍ତି। ପଡ଼ିଆର ସବୁ ସ୍ଥାନରେ ସ୍କୋର କରିବାର ଦକ୍ଷତା ତାଙ୍କର ଅଛି। ୨୦୨୦ ଆଇପିଏଲରେ ଦିଲ୍ଲୀ ପାଇଁ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ଲାରା ମତ ଦେଇଛନ୍ତି।

ସେ ବର୍ତ୍ତମାନ ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ସତର୍କତାର ସହ ରନ୍ କରିବାରେ ସମର୍ଥ ହୋଇଗଲେଣି। ଏଥିସହ ତାଙ୍କ ରନ୍‌ ସ୍କୋରିଙ୍ଗ୍ ଚାର୍ଟ ତାଙ୍କ ଖେଳରେ ଉନ୍ନତି ହେଉଥିବା ଦର୍ଶାଉଛି। ସେ ଭବିଷ୍ୟତରେ ଜଣେ ଆଗଧାଡ଼ିର ଖେଳାଳି ହେବା ସହ ବହୁତ ଦିନ ପର୍ଯ୍ୟନ୍ତ ଖେଳିବେ ବୋଲି ଲାରା କହିଛନ୍ତି।

ସୂଚନା ଅନୁସାରେ ଚଳିତ ଆଇପିଏଲରେ ଦିଲ୍ଲୀ ପାଇଁ ଋଷଭ ଯଥାକ୍ରମେ ୩୧, ୩୭, ୨୮,୩୮,୩୭ ରନ୍ ସଂଗ୍ରହ କରିଛନ୍ତି।

ଋଷଭ ୫୯ଟି ଆଇପିଏଲ ମ୍ୟାଚ୍ ଖେଳି ୧୯୦୭ ରନ୍‌ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୧ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

You might also like