ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ

ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରିଛନ୍ତି ଋଷଭ ପନ୍ତ। ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଋଷଭ ପନ୍ତ। ଋଷଭ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ତାଙ୍କର ୧୦୦୦ ରନ୍ ପୂରଣ କରିଛନ୍ତି, ତାହାବି ପୁଣି ମାତ୍ର ୨୭ଟି ଟେଷ୍ଟ ଇଂନିସ୍‌ରେ।

ଧୋନୀ ୩୨ଟି ଟେଷ୍ଟ ଇଂନିସ୍ ଖେଳି ୧୦୦୦ ରନ୍ ପୂରଣ କରିଥିବା ବେଳେ ପନ୍ତ ମାତ୍ର ୨୭ ଟେଷ୍ଟ ଇଂନିସ୍‌ରେ ୧୦୦୦ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ୱିକେଟ୍ କିପର ଭାବେ ଫାଷ୍ଟେଷ୍ଟ୍ ୧୦୦୦ ରନ୍ କରିବାରେ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଋଷଭ ପନ୍ତତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ।

୩୨ ମ୍ୟାଚ୍‌ ଖେଳି ୧୦୦୦ ରନ୍ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଫାରୁକ୍ ଇଂଜିନୟର, ରିଦ୍ଧିମାନ ସାହା ଓ ନୟନ ମୋଙ୍ଗିଆ ଯଥାକ୍ରମେ ୩୬, ୩୭ ଓ ୩୯ ଟି ଟେଷ୍ଟ ଇଂନିସ ଖେଳି ୧୦୦୦ ରନ୍ ପୂରଣ କରିଥିଲେ। ସପ୍ତମ ୱିକେଟ୍ କିପର୍ ଭାବେ ରିଷଭ ଏହି ରେକର୍ଡ ହାସଲ କରିଛନ୍ତି। ଟେଷ୍ଟ୍ ଇଂନିସ୍‌ରେ ତାଙ୍କର ହାରାହାରି ରନ୍‌ ରେଟ୍ ରହିଛି ୪୦.୦୪ ପ୍ରତିଶତ, ଯାହାକି ଟିମ୍‌ ମଧ୍ୟରେ ସର୍ବାଧିକ।

ଆଜିଙ୍କ୍ୟ ରାହାଣେ ନେତୃତ୍ୱାଧିନ ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି। ଅର୍ଦ୍ଧାଧିକ ଖେଳାଳି ଆହତ ଥିବା ସତ୍ତ୍ୱେ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଚୂଡ଼ାନ୍ତ ଏକାଦଶ ନିର୍ଣ୍ଣୟ ପାଇଁ ଚିନ୍ତାରେ ଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠୁ ମ୍ୟାଚ ଛଡ଼ାଇ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷକରି ଶୁଭମନ ଗିଲ୍, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର ଓ ନଟରାଜନଙ୍କ ଭଳି ଖେଳାଳିଙ୍କୁ ଛୁଟିଛି ପ୍ରଶଂସାର ସୁଅ।

ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଅଷ୍ଟ୍ରେଲିଅା ମାଟିରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଖାଲି ସେତିକି ନୁହେଁ, ସବୁ ଆଶା ଆଙ୍କାକ୍ଷାଠୁ ଉର୍ଦ୍ଧ୍ୱରେ ଥିଲା ଦଳର ପ୍ରଦର୍ଶନ ପୂଜାରାଙ୍କ ଧୈର୍ଯ୍ୟପୂର୍ଣ୍ଣ ଆଉ ସୁନ୍ଦରଙ୍କ ସୁନ୍ଦର ବ୍ୟାଟିଂ, ଆଗରେ ଫିକା ପଡ଼ିଥିଲା କଙ୍ଗାରୁ ଟିମ୍‌ର ସବୁ ରଣନୀତି। ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ଅଷ୍ଟ୍ରେଲିଆ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂକୁ ଦୁର୍ବାର ପ୍ରାଚେରୀ ସାଜି ଠିଆ ହୋଇଥିଲେ ପୂଜାରା। ସେହିପରି ରିଷଭ ପନ୍ତ ୮୯ ରନର ଅପରାଜିତ ଇନିଂସ ଖେଳି ମ୍ୟାଚକୁ ବିଜୟ କରାଇଥିଲେ

ଅନ୍ୟପଟେ ଏଥର ଅଷ୍ଟ୍ରେଲିଆ ଟୁର୍ ଥିଲା ବେଶ୍ ବିବାଦୀୟ ଉଭୟ ଅଷ୍ଟ୍ରେଲିଆ ଖେଳାଳି ଓ ଦର୍ଶକଙ୍କ ଦ୍ୱାରା ବର୍ଣ୍ଣବୈଷମ୍ୟଙ୍କ ଦ୍ୱାରା ରୋଶର ଶୀକାର ହୋଇଥିଲେ ଭାରତୀୟ ଖେଳାଳି। ବୋଲର ମହମ୍ମଦ ସିରାଜ, ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପଡ଼ିଆ ସମାଲୋଚନାର ଶୀକାର ହୋଇଥିଲେ। ଏସବୁ ସତ୍ୱେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଖେଳୁଆଡ଼ ମନୋଭାବ ଏବଂ ଖେଳ ଉପରେ ଏକାଗ୍ରତା ଆଣି ଦେଇଥିଲା ସଫଳତା।

You might also like