ଏଥର ବି ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବ ବାରବାଟୀ ପିଚ୍‌

କଟକ:ପାଖେଇ ଆସୁଛି ଡିସେମ୍ବର ୨୨। ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଓ୍ୱାନ୍‌ ଡେ ମ୍ୟାଚ୍‌। ସେଥିପାଇଁ ପ୍ରସ୍ତୁତ ହେଉଛି ଷ୍ଟାଡିୟମ। ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପିଚ ଓ ଆଉଟ ଫିଲ୍‌ଡ ମଧ୍ୟ ପ୍ରସ୍ତୁତ ହୋଇସାରିଛି।  ସବୁଥର ଭଳି ଏଥର ବି ବାରବାଟୀ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବ ବୋଲି  କ୍ୟୁରେଟରଙ୍କ ମତ ଦେଇଛନ୍ତି। ସେପଟେ ବାରବାଟୀର ଶୋଭାବର୍ଦ୍ଧନ କରୁଥିବା କ୍ଲକ ଟାଓ୍ୱାର ଏଥର ଝଲସିବ ନୂଆ ରୂପରେ।  ଘଣ୍ଟାରେ ଲେଖାଯିବ ରୋମାନ ଅକ୍ଷର।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଟିକଟ ବିକ୍ରି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣିା ଆସନ୍ତା ୧୬, ୧୭ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକଟ ବିକ୍ରି କରାଯିବାକୁ ଥିବାବେଳେ ୧୯ ଓ ୨୦ରେ ୧୨ଟି କାଉଣ୍ଟରରେ ବିକ୍ରି ହେବ ଟିକଟ। ତେବେ ବାରବାଟୀର ଶୋଭା ବର୍ଦ୍ଧନ କରୁଥିବା କ୍ଲକ ଟାଓ୍ୱାରକୁ ଏଥର ଦେଖିବାକୁ ମିଳିବ ନୂଆ ରୂପରେ। ଘଣ୍ଟାରେ ଲେଖାଯିବ ରୋମାନ ଅକ୍ଷର। ତେବେକ୍ଲକ ଟାଓ୍ୱାରର ହେରିଟେଜ୍ ଲୁକ୍ ଯେପରି ପରିବର୍ତ୍ତନ ନହୁଏ, ତା ଉପରେ ଧ୍ୟାନ ଦିଆଯାଉଛିଅ। ବାରବାଟୀ ଦିନିକିଆ ସିରିଜର ଶେଷ ମ୍ୟାଚ ହୋଇଥିବାରୁ ପ୍ରାଇଜ ସେରିମନିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ କହିବା ଅନୁଯାୟୀ, ବାରବାଟୀରେ ହାଇସ୍କୋରିଂ ମ୍ୟାଚ ଲକ୍ଷ୍ୟ ରଖିଛନ୍ତି ପିଚ କ୍ୟୁରେଟର ।ଆଉଟଫିଲ୍ଡ ଯେପରି ଫାଷ୍ଟ ହେବ, ସେ ନେଇ ବିଶେଷ ଧ୍ୟାନ ଦିଆଯାଉଛି । ରାତିରେ କାକର ପଡିବାକୁ ଥିବାରୁ କାକର ଯେପରି ଫିଲ୍ଡକୁ ଓଦା ନକରିବ ସେଥିପାଇଁ ରୋପିଂ ଓ ସୁପର ସପର ଚଳାଯିବ। ସବୁଥର ଭଳି ଏଥର ମଧ୍ୟ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବ ବୋଲି ପିଚ୍ କ୍ୟୁରେଟର କହିଛନ୍ତି।

 

You might also like