ଟସ୍ ଜିତିଲା ବାଙ୍ଗାଲୋର, ବିରାଟ ନେଲେ ବୋଲିଂ ନିଷ୍ପତ୍ତି

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ  ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ  ପ୍ରଥମେ ବ୍ୟାଟିଂ କରିବ।

ପୂର୍ବ ମ୍ୟାଚ୍‌ରେ ଶ୍ରେୟାସ୍ ଆୟରଙ୍କ ଡିସି ଶାର୍ଜାରେ କେକେଆରକୁ ପରାସ୍ତ କରିଥିବାବେଳେ ବିରାଟ କୋହଲିଙ୍କ ଆରସିବି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୮ ୱିକେଟ୍‌ରେ ବିଜୟ ଲାଭ କରିଥିଲା।

ଉଭୟ ଦିଲ୍ଲୀ ଏବଂ ବାଙ୍ଗାଲୋର ଏପର୍ଯ୍ୟନ୍ତ ୪ ଟି ଆଇପିଏଲ୍ ଖେଳି ସେଥି ମଧ୍ୟରୁ ୩ଟି ଲେଖାଏଁ  ମ୍ୟାଚ ଜିତିଛନ୍ତି। ଏବେ ଦୁଇ ଦଳ ପଏଣ୍ଟ ଟେବୁଲରେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଉଭୟ ଦଳ ଏହି ୱିନିଂ ଟ୍ରାକ୍‌କୁ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଆର୍‌ସିବି ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଇଂଲିଶ ଅଲରାଉଣ୍ଡର ମୋଇନ ଅଲୀ ଏବେ ଦଳକୁ ଫେରିଛନ୍ତି। ସେ ଆଡାମ ଜାମ୍ପାଙ୍କ ବଦଳରେ ଖେଳିବେ। ସେହିପରି ଗୁରକୀରତ ମାନ୍‌ଙ୍କ ବଦଳରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଟିମ୍‌ରେ ଖେଳିବେ।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like