ଚହଲ ଧରିଲେ ଏମିତି କ୍ୟାଚ୍‌, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠିଲା ଅଙ୍ଗୁଳି: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ବିପକ୍ଷରେ ସଞ୍ଜୁ ସାମସନ୍‌ ଆଜି ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ମାତ୍ର ୪ ରନ୍ କରି ଯୁଜ୍‌ବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଚହଲଙ୍କ ଲେଗ୍‌ସ୍ପିନ୍‌ ବଲ୍‌କୁ ବୁଝିପାରିଲେନି ସଞ୍ଜୁ। ସିଧା ବୋଲରଙ୍କ ହାତକୁ କ୍ୟାଚ୍‌ ଦେଇଦେଲେ। ଚହଲଙ୍କର ଏହି କ୍ୟାଚ୍‌କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ତର୍କ ବିତର୍କ ଲାଗି ରହିଛି।

କାରଣ ଚହଲ ଏମିତି ଶୈଳୀରେ କ୍ୟାଚ୍ ଧରିଛନ୍ତି ଯେ କିଛି ଲୋକଙ୍କୁ ଲାଗୁଛି ବଲ୍‌ଟି ମାଟିରେ ଲାଗିଯାଇଛି। ଓ ଏହା ଆଉଟ୍ ନୁହେଁ। ସେହିପରି ଅନ୍ୟ କେତେକ କହୁଛନ୍ତି ଚହଲ ଠିକ୍ ଭାବେ କ୍ୟାଚ୍ ଧରିଛନ୍ତି, ସଞ୍ଜୁ ଆଉଟ୍ ମଧ୍ୟ ହୋଇଛନ୍ତି। ଏହି ତର୍କବିତର୍କକୁ ନେଇ ଟ୍ୱିଟର୍‌ରେ କ୍ୟାଚ୍‌ ସମୟରେ ଭିଡିଓ ପରେ ଭିଡିଓ ପୋଷ୍ଟ ହେବାରେ ଲାଗିଛି। ଅନେକ ଦର୍ଶକ ଅମ୍ପାୟାରଙ୍କ ନିଷ୍ପତ୍ତିଙ୍କୁ ସମାଲୋଚନା କରୁଥିବା ବେଳେ ଅନେକ ଏହାକୁ ଗୁଡ୍ ଡିସିସନ୍‌ ବୋଲି କହିଛନ୍ତି।

ସୂଚନା ଥାଉକି, ଚହଲ ଏହି କ୍ୟାଚ୍‌ ଧରିବା ପରେ ଫିଲ୍ଡ ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ପାଖକୁ ଇସାରା କରିଥିଲେ। ଏହାପରେ ଥାର୍ଡ ଅମ୍ପାୟାର ବାରମ୍ବାର ଭିଡିଓରେ ରି-ପ୍ଲେ ଦେଖି ସଞ୍ଜୁ ସାମସନ୍‌ ଆଉଟ୍ ବୋଲି ନିଷ୍ପତ୍ତି ଶୁଣାଇଥିଲେ।

ଖେଳ ବିବରଣୀ

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ ଦିନରେ ଖେଳାଯାଉଥିବାରୁ ଆର୍‌ଆର୍ କ୍ୟାପ୍ଟେନ୍‌ ଷ୍ଟିଭ୍‌ ସ୍ମିଥ୍ ଆଗୁଆ ବ୍ୟାଟିଂ କରିବାରେ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ ଶେଷରେ ରାଜସ୍ଥାନ ୬ ୱିକେଟ୍ ହରାଇ ଆର୍‌ସିବିକୁ ୧୫୪ ରନ୍ କରିଥିଲା। ଏବେ ଆର୍‌ସିବି ୧୫୫ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇବ।

ତେବେ ରାଜସ୍ଥାନ ପକ୍ଷରୁ ମହିପାଲ ଲମରୋର ୩୯ ବଲ୍‌ ଖେଳି ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ରାହୁଲ୍‌ ତେୱତିଆ ୧୨ ବଲ୍‌ରେ ୨୪ ରନ୍‌ ଓ ଜୋସ ବଟ୍‌ଲର୍ ୧୨ ବଲ୍‌ ଖେଳି ୨୨ ରନ୍ କରିଥିଲେ।‌ ସେହିପରି ଆର୍‌ସିବି ପକ୍ଷରୁ ଚହଲ ୪ ଓଭରରେ ୨୪ ରନ୍‌ ଦେଇ ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିବା ବେଳେ ଉସୁରୁ ଉଦାନା ୪ ଓଭର ପକାଇ ୪୧ ରନ୍‌ ଦେବା ସହିତ ୨ ୱିକେଟ୍ ନେଇଥିଲେ।

 

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like