ଆଜି ବେଙ୍ଗାଲୁରୁ ଏବଂ ପଞ୍ଜାବ ମଧ୍ୟରେ ଲଢ଼େଇ, ଡେବ୍ୟୁ କରିପାରନ୍ତି ଗେଲ୍‌

ଦୁବାଇ: ଚଳିତ ଆଇପିଏଲ୍‌ର ୩୧ ତମ ମ୍ୟାଚ୍‌ ବିରାଟ କୋହିଲିଙ୍କ ବେଙ୍ଗାଲୁରୁ ଏବଂ କେ.ଏଲ ରାହୁଲଙ୍କ ପଞ୍ଜାବ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଶାରଜା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ପଞ୍ଜାବ ଏବଂ ବେଙ୍ଗାଲୁରୁ ମୁହାଁମୁହିଁ ହେବେ।

ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୨୪ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୯୭ ରନ୍‌ର ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ ପଞ୍ଜାବ ଜିତିବା ପାଇଁ  ଆଜି ଦୃଢ଼ ପ୍ରସ୍ତୁତି ଚଳାଇଛି।

ତେବେ ଆଜିର ମ୍ୟାଚ୍‌କୁ ପଞ୍ଜାବ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରିବ। କାରଣ ଏ ପର୍ଯ୍ୟନ୍ତ ପଞ୍ଜାବ ଏକ ଦୟନୀୟ ସ୍ଥିତିରେ ରହିଛି। ୭ଟି ମ୍ୟାଚ୍‌ ଖେଳି ରାହୁଲ୍ ବାହିନୀ ଗୋଟିଏରେ ବିଜୟୀ ହୋଇଛି। ଏହା ସହ ପଏଣ୍ଟ ଟେବୁଲରେ ସବାଶେଷ ସ୍ଥାନରେ ରହିଛି।

ପୂର୍ବ ୭ଟି ମ୍ୟାଚ୍‌ରେ ପଞ୍ଜାବ କ୍ରିସ୍‌ ଗେଲ୍‌ଙ୍କୁ ବେଞ୍ଚ୍‌ ରେ ବସାଇଥିବା ବେଳେ ଆଜି ତାଙ୍କୁ ଦଳରେ ସାମିଲ୍‌ କରିଯିବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ କୋହିଲିଙ୍କ ଆର୍‌ସିବି ପୂର୍ବ ମ୍ୟାଚ୍‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଛି। ଆର୍‌ସିବି ୭ଟି ମ୍ୟାଚ୍‌ ଖେଳି ୫ଟିରେ  ବିଜୟ ହାସଲ କରିଛି। ୧୦ ପଏଣ୍ଟ ସହ ଏହା ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରହିଛି।

ତେବେ ଆଜିର ମ୍ୟାଚ୍‌କୁ ଜିତି ଆରସିବି କେ.ଏଲ ରାହୁଲଙ୍କ ବିପକ୍ଷରେ ବିଜୟ ଧାରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ।

ସମ୍ଭାବ୍ୟ ଏକାଦଶ:

କିଙ୍ଗସ ଏକାଦଶ ପଞ୍ଜାବ: କ୍ରିସ ଗେଲ, କେ.ଏଲ୍ ରାହୁଲ (କ୍ୟା), ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରାନ (କିପର), ଗ୍ଲେନ ମ୍ୟାକ୍ସୱେଲ / ଜେମ୍ସ ନିଶାମ, ମନଦୀପ ସିଂ, କ୍ରିସ ଜୋର୍ଡାନ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ / କେ ଗୋଥାମ, ରବି ବିଷ୍ଣୁ, ଅର୍ଶଦୀପ ସିଂ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଦେବଦତ୍ତ ପାଡିକ୍କାଲ, ଆରୋନ ଫିଞ୍ଚ, ବିରାଟ କୋହିଲି (କ୍ୟା), ଏବି ଡି ଭିଲିୟର୍ସ (କିପର), ଶିବମ ଦୁବେ, କ୍ରିସ ମୋରିସ, ଇସୁରୁ ଉଦାନା, ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ଆହୁରି ପଢ଼ନ୍ତୁ

ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

You might also like