ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ଦୁବାଇ: ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ । ମ୍ୟାଚ ଟାଇ ହେବା ପରେ ସୁପର ଓଭର ଦୁଇ ଟିମର ଭାଗ୍ୟ ନିର୍ଦ୍ଧାରଣ କରିଥିଲା।  ଆଉ ଦର୍ଶକ ଦେଖିଥିଲେ ସୁପର ଓଭରରେ ସୁପର କମାଲ ।

ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଆଇପିଏଲ ୧୩ ତମ ସଂସ୍କରଣର ଦଶମ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍ କରିବାରେ ସକ୍ଷମ ହୋଇଥିଲା॥ ବେଙ୍ଗଲୁରୁ ପକ୍ଷରୁ ଏବି ଡି ଭିଲିୟର୍ସ ୪ ବଲରେ ୬ ରନ୍ ଓ ବିରାଟ କୋହଲି ୨ ବଲରେ ୫ ରନ୍ କରି ବେଙ୍ଗଳୁରୁକୁ ସୁପର ଓଭରରେ ବିଜୟ ଦେଇଥିଲେ ।

ପୂର୍ବରୁ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିଥିଲା । ବେଙ୍ଗଲୁରୁ ର୍ନିଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୨୦୧ ରନ୍ କରିବାରେ ସକ୍ଷମ ହୋଇଥିଲା। ଦ୍ୱିତୀୟ ପାଳିରେ ମୁମ୍ବାଇ ୨୦୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୧ ରନ୍ କିରି ମ୍ୟାଚକୁ ଟାଇ କରିଥିଲା।

ଆରସିବି ପକ୍ଷରୁ ଇସୁରୁ ଉଦାନା ୨ଟି ଓ୍ୱିକେଟ ନେଇଥିବା ବେଳେ ଓ୍ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ ଆଡାମ୍ ଜାମ୍ପା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଛନ୍ତି । ଏହି ବିଜୟ ସହ ବେଙ୍ଗଲୁରୁ ୪ ପଏଣ୍ଟ ହାସଲ କରିବା ସହ ଦଳ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ଆଜି ଆଇପିଏଲ ମହାସମରରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଭାରତୀୟ ସମୟ ସଂଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ ଖେଳାଯିବ।  ଆବୁଧାବିର ଶେଖ୍ ଜୟାଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like