ମ୍ୟାଚ୍ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି।
ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା କରାଯାଇଛି । କିପରି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଚାଲୁଥିବା ବେଳେ ସେ ଶୋଇ ପଡ଼ିଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି କ୍ରୀଡ଼ା ପ୍ରେମୀ ।
ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିଲା। ଏହି ସମୟରେ ପାଭିଲିୟନରେ ରବି ଶାସ୍ତ୍ରୀ ଶୋଇ ପଡ଼ିଥିବା କୁହାଯାଉଛି। ଏହି ସମୟରେ ତାଙ୍କ ପାଖରେ ଅନ୍ୟ ଖେଳାଳିମାନେ ବି ଥିଲେ।