ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ: ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ହେଡ୍ କୋଚ୍। ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି ଆଜି ରବି ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଛି। ଫଳରେ ଆହୁରି ୨ ବର୍ଷ ପାଇଁ ଅର୍ଥାତ୍ ୨୦୨୧ ପର୍ଯ୍ୟନ୍ତ ଶାସ୍ତ୍ରୀ କୋଚ୍ ଦାୟିତ୍ୱରେ ରହିବେ। ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଲାଗୁଥିଲା, ଶାସ୍ତ୍ରୀଙ୍କୁ ଦ୍ୱିତୀୟ ଥର କୋଚ୍ ଦାୟିତ୍ୱ ମିଳିବା ମୁସ୍କିଲ ହେବ। କିନ୍ତୁ ବିସିସିଆଇ ୫୭ ବର୍ଷୀୟ ଶାସ୍ତ୍ରୀ ଉପରେ ପୁଣି ଥରେ ଆସ୍ଥା ବଜାୟ ରଖିଛି।

ରବି ଶାସ୍ତ୍ରୀ ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ପରଠାରୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଭାବେ କାମ କରି ଆସୁଛନ୍ତି  କ୍ରିକେଟ୍ ପରାମର୍ଶଦାତା କମିଟିର ୩ ଜଣିଆ ସଦସ୍ୟ। ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପାଇଁ ରବି ଶାସ୍ତ୍ରୀଙ୍କ ସମେତ ଟମ୍  ମୁଡି, ମାଇକ୍  ହେସନ, ରବିନ ସିଂ ଏବଂ ଲାଲଚନ୍ଦ ରାଜପୁତଙ୍କ ସାକ୍ଷାତକାର ନେଇଥିଲା।  ତେବେ ଶାସ୍ତ୍ରୀ ସମସ୍ତଙ୍କୁ ପଛରେ ପକାଇ ପୁଣି ଥରେ ବାଜି ମାରିନେଇଥିଲେ।

 

You might also like