ରଶ୍ମିରଞ୍ଜନ ପରିଡା ଓଡ଼ିଶା ରଣଜୀ ଟିମ୍‌ର ନୂଅା କୋଚ୍‌

ଭୁବନେଶ୍ୱର : ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ ଦଳର ନୂଅା କୋଚ୍।  ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ରଶ୍ମିରଞ୍ଜନଙ୍କୁ କୋଚ୍ ନିଯୁକ୍ତ କରିଛି ଓଡ଼ିଶା କ୍ରିକେଟ ଅାସୋସିଏସନର କାର୍ଯ୍ୟକାରୀ କମିଟି।

ଦେବାଶିଷ ମହାନ୍ତିଙ୍କ ସ୍ଥାନରେ ରଶ୍ମିରଞ୍ଜନ ନିଯୁକ୍ତ ହୋଇଛନ୍ତି। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ କୋଚ୍ ପଦ ଖାଲି ହୋଇଥିଲା। ରଶ୍ମୀରଞ୍ଜନ ୧୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚର ଅଭିଜ୍ଞତା ରଖିଛନ୍ତି। ସେ ଓଡ଼ିଶା ବ୍ୟତୀତ ରାଜସ୍ଥାନ, ଅାସାମ, ବିଦର୍ଭ ଓ ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ।

୨୦୧୧ରେ ରାଜସ୍ଥାନକୁ ରଣଜୀ ଚାମ୍ପିୟନ୍ କରିବାରେ ରଶ୍ମିରଞ୍ଜନ ପ୍ରମୁଖ ଭୂମିକା ନେଇଥିଲେ। ସେପଟେ କୁଳମଣି ପରିଡ଼ାଙ୍କୁ ରାଜ୍ୟ ସିନିୟର ଟିମ୍‌ର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।

You might also like