ରଣଜୀ ଟ୍ରଫି : ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କଲା

ଭୁବନେଶ୍ୱର : ଚଳିତ ରଣଜୀ ସିଜିନର ଦ୍ୱିତୀୟ ବିଜୟ ହାସଲ କଲା ଓଡ଼ିଶା। ଚତୁର୍ଥ ଲିଗ୍ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା।  ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଅା ବ୍ୟାଟିଂ ବଳରେ ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରିଛି।

ତ୍ରିପୁରା ପ୍ରଥମ ଇଂନିସରେ ୧୨୨ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ୩୦୪ କରି ଅଲଅାଉଟ ହୋଇଯାଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଇଂନିସରେ ୨୧୨ ଓ ଦ୍ୱିତୀୟ ଇଂନିସରେ ୫ ଓ୍ୱିକେଟ ହରାଇ ୨୧୭ କରିଥିଲା। ଏଲିଟ୍ ଗ୍ରୁପ ସି’ରେ ୪ର୍ଥ ମ୍ୟାଚ୍‌ରେ ଓଡ଼ିଶାର ୨ୟ ବିଜୟ। ପଏଣ୍ଟ ଟେବୁଲ୍‌ରେ ଓଡ଼ିଶା ୧୩ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।

You might also like