ରଣଜୀ ମୁକାବିଲା: ଆସାମକୁ ୧୨୧ ରନ୍‌ରେ ଅଲ୍ ଆଉଟ୍ କଲା ଓଡ଼ିଶା

ଗୌହାଟୀ: ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ଆସାମ୍ ୧୨୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଆସାମକୁ ଆରମ୍ଭ ଓଡ଼ିଆ ପେସ୍ ବୋଲର ଝଟ୍‌କା ଦେଇଥିଲେ।

ଆସାମ ଟିମ୍ ୬୯ ରନ୍‌ରେ ୭ ଓ୍ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଲୋ ଅର୍ଡର୍‌ ବ୍ୟାଟସ୍‌ମ୍ୟାନ୍‌  ରଣଜିତ ମାଲିଙ୍କ ୨୮ ରନ୍ ଓ  ଅରୂପ ଦାସଙ୍କ ୧୬ ରନ୍ ଯୋଗୁ ଆସାମ ୧୨୧ ରନ୍ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା।

ଯୁବ ପେସ୍ ବୋଲର୍ ରାଜେଶ ମହାନ୍ତି ସର୍ବାଧିକ ୫ଟି ଓ୍ୱିକେଟ୍‌ ହାସଲ୍‌ କରିଛନ୍ତି। ଦେବବ୍ରତ ପ୍ରଧାନଙ୍କୁ ୨ଟି ଓ୍ୱିକେଟ୍‌ ପାଇଥିବା ବେଳେ ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ ଧୀରଜ ସିଂହଙ୍କୁ ଗୋଟିଏ ଲେଖାଏ ଓ୍ୱିକେଟ୍ ମିଳିଛି। ଓଡ଼ିଶା ବ୍ୟାଟିଂ କରି ଶେଷ ଖବର ସୁଦ୍ଧା ୨ ଓ୍ୱିକେଟ୍‌ ହରାଇ କରିଛି ୨୩ ରନ୍।

You might also like