ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ବଡ଼ ଧରଣର ବେଟିଂ । ଜବତ ହେଲା ବିପୁଳ ପରିମାଣର ଟଙ୍କା । ରାଜସ୍ଥାନ ଜୟପୁରରେ ଆଇପିଏଲ୍ ବେଟିଂ ବେଳେ ଜବତ ହୋଇଛି ୪ କୋଟି ଟଙ୍କା । ଜୟପୁର ପୋଲିସ ୪ କୋଟି ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଭିଯୁକ୍ତଙ୍କଠାରୁ ୧୯ଟି ମୋବାଇଲ୍ ଫୋନ୍ ଏବଂ ୨ଟି ନୋଟ୍ ଗଣିବା ମେସିନ୍ ମଧ୍ୟ ଜବତ କରାଯାଇଛି।  ଆଇପିଏଲ୍ ଚାଲିଥିବା ବେଳେ ଏହାକୁ ନେଇ ଜୁଆ ଖେଳ ମଧ୍ୟ ହେଉଥିବା ପୋଲିସ ସୂଚନା ପାଇଥିଲା । ଏହା ପରେ ଚଢାଉ କରିଥିଲା।  ଚଢ଼ାଉ ବେଳେ ପୋଲିସକୁ ଏହି ସଫଳତା ମିଳିଛି।

ସେହିପରି ତେଲଙ୍ଗାନାରେ ମଧ୍ୟ ଆଇପିଏଲ୍କୁ ନେଇ ବେଟିଂ କରାଯାଉଥିବା ଅଭିଯୋଗ ଆସିଛି।  ହାଇଦ୍ରାବାଦ ପୋଲିସ ଏ ନେଇ ଦୁଇ ଅଭିିଯୁକ୍ତଙ୍କୁ ଗିରଫ କରିବା ସହ ୪ ଲକ୍ଷ ୨୧ ହଜାର ଟଙ୍କା ଓ ୫ଟି ମୋବାଇଲ୍ ଜବତ କରିଛି

You might also like