ହକି ବିଶ୍ୱକପ୍ ମୁକାବିଲା; ଆଜିଠାରୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର: ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେଉଛି କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ମ୍ୟାଚ୍‌। ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଇଂଲଣ୍ଡ। ଅପରାହ୍ନ ୪ଟା ୪୫ରେ ଏହି ମ୍ୟାଚ୍ ଖେଳାଯିବ।

ଅନ୍ୟ ଏକ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ଫ୍ରାନ୍ସର ମୁକାବିଲା ହେବ। ସଂଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ।

ସେହିପରି ଆସନ୍ତାକାଲି ମଧ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ରହିଛି। ଏଥିରୁ ଗୋଟିକରେ ଭାରତ ସହ ନେଦରଲାଣ୍ଡସ୍‌ର ମୁକାବିଲା ହେବ।

ଗତକାଲି ଖେଳାଯାଇଥିବା କ୍ରସଓଭର ମ୍ୟାଚରେ କାନାଡାକୁ ୫-୦ ଗୋଲ୍‌ ବ୍ୟବଧାନରେ ହରାଇ ନେଦରଲାଣ୍ଡସ୍ କ୍ୱାର୍ଟରକୁ ଉନ୍ନୀତ ହୋଇଛି।

ସେହିଭଳି ଆସନ୍ତାକାଲି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ ବେଲଜିୟମ୍‌। ଜର୍ମାନୀ ପୂର୍ବରୁ କ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ କ୍ରସଓଭର ମ୍ୟାଚ୍‌ରେ ପାକିସ୍ତାନକୁ ୫-୦ ଗୋଲରେ ପରାସ୍ତ କରି ବେଲଜିୟମ୍‌ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି।

 

You might also like