ଦ୍ରୋଣାଚାର୍ଯ୍ୟ ପୁରସ୍କାର ନେବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳ ରତ୍ନ’ ପୁରସ୍କାର ସହ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଜୀବନ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମଧ୍ୟରୁ ଅନ୍ୟତମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚଳିତ ବର୍ଷ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁରସ୍କାର ନେବା ପୂର୍ବରୁ ଘଟିଲା ଅଘଟଣ। ଶୁକ୍ରବାର ବେଙ୍ଗାଲୁରୁରେ ହାର୍ଟ ଆଟାକ୍ ଯୋଗୁ ୭୯ ବର୍ଷରେ ଚାଲିଗଲା କୋଚ୍ ପୁରୁଷୋତ୍ତମଙ୍କ ଜୀବନ। ଶନିବାର ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥାନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।

ଆଥଲେଟିକ୍ସ ଫେଡେରେସନ୍ ଅଫ୍‌ ଇଣ୍ଡିଆର ଶୀର୍ଷ ଅଧିକାରୀ କହିଛନ୍ତି, ପୁରୁଷୋତ୍ତମ ରାୟ କ୍ରୀଡ଼ା ପୁରସ୍କାର ପାଇଁ ପୂର୍ବାଭ୍ୟାସରେ ଭାଗ ନେଇଥିଲେ, କିନ୍ତୁ ପରେ ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିଲା। ୭୯ ବର୍ଷୀୟ ପୁରୁଷୋତ୍ତମ ରାୟ ୨୦୦୧ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର କୋଚ୍ ପଦବୀରୁ ରିଟାୟର ହୋଇଥିଲେ। ସେ ଭାରତର କିଛି ଷ୍ଟାର୍ ଆଥଲେଟ୍ ଯଥା ବନ୍ଦନା ରାଓ, ଅଶ୍ୱିନୀ ନାଚାପ୍ପା, ପ୍ରମିଳା ଆୟପ୍ପା, ରୋଜା କୁଟ୍ଟି, ଏମକେ ଆଶା, ବି, ଶାୟଲା ଏବଂ ମୁରଲୀ କୁଟ୍ଟନଙ୍କୁ କୋଚିଂ ଦେଇଥିଲେ।

୧୯୭୪ରେ ନେତାଜୀ ଇନଷ୍ଟିଚ୍ୟୁଟ୍ ଅଫ୍‌ ସ୍ପୋର୍ଟ୍ସରୁ ସେ ଡିପ୍ଲୋମା ହାସଲ କରିବା ପରେ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ରାୟ ୧୯୮୭ରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍, ୧୯୮୮ରେ ଏସିଆନ୍ ଟ୍ରାକ୍ ଆଣ୍ଡ ଫିଲ୍ଡ ଚାମ୍ପିୟନଶିପ୍ ଏବଂ ୧୯୯୯ରେ ସାଫ୍ ଗେମ୍ସ ପାଇଁ ଭାରତୀୟ ଟିମକୁ କୋଚିଂ ଦେଇଥିଲେ। ଏହାଛଡ଼ା ସେ ସର୍ଭିସେସ୍ ଯୁବ ସଶକ୍ତିକରଣ ଓ କ୍ରୀଡ଼ା ବିଭାଗ (ଡିୱାଇଇଏସ୍) ଏବଂ ସାଇର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

You might also like