ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ଗେଲ୍‌ଙ୍କ ଦମଦାର ୯୯ ରନ୍‌ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ରାଜସ୍ଥାନ ୧୮୬ ରନ୍‌ର ଟାର୍ଗେଟର ଅନୁସରଣ କରିବ।

ଦଳ ପକ୍ଷରୁ ଗେଲ୍‌ ୬୩ ବଲ୍‌ ଖେଳି ସର୍ବାଧିକ ୯୯ ରନ୍‌ କରିଥିବା ବେଳେ ରାହୁଲ ୪୧ ବଲ୍‌ରେ ୪୬ ରନ୍‌କରି ଷ୍ଟୋକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଥିଲେ। ସେହିପରି ପୁରାନ ୧୦ ବଲ୍‌ ଖେଲି ୨୨ ରନ୍‌ କରିଥିବା ବେଳେ ମ୍ୟାକ୍ସୱେଲ୍ ୬ ରନ୍‌ କରି ଅପରାଜିତ ଥିଲେ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିବା ବେଳେ ଷ୍ଟୋକ୍ସ ୪ ଓଭରରେ ୩୨ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଗେଲ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିଲା। କିନ୍ତୁ ୯୯ ରନ୍‌ରେ ଆଉଟ୍‌ ହୋଇଯିବା ଫଳରେ ଗେଲ୍‌ ବ୍ୟାଟ୍‌କୁ ପଡ଼ିଆ ମଝିକୁ ଫୋପାଡ଼ି ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପରେ ୱିକେଟ୍ ହାସଲ କରିଥବା ଆର୍ଚର ତାଙ୍କ ସହ ହାତ ମିଳାଇଥିଲେ।

ଆହୁରି ପଢ଼ନ୍ତୁ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

You might also like