୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଦୁବାଇ: ଚଳିତ ଆଇପିଏଲର ୪୩ ତମ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି।

ଏହି ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ଅଧିନାୟକ କେ.ଏଲ୍‌ ରାହୁଲ ବ୍ୟାଟିଂ ଭାର ସମ୍ଭାଳି ଥିଲେ।

କିଙ୍ଗସ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୬ ରନ୍‌ କରିଛି। ଫଳରେ ୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଛି ସନ ରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ ପକ୍ଷରୁ ନିକୋଲ୍ସ ପୂରନ ସର୍ବାଧିକ ୩୨ ରନ୍‌ର କରିଥିବା ବେଳେ କେଏଲ ରାହୁଲ ୨୭ ରନ୍‌ କରିଛନ୍ତି। ଗେଲ୍‌ ୨୦ ବଲ୍‌ରେ ୨୦ ରନ୍‌ କରିଥିବା ବେଳେ ମନ୍‌ଦୀପ ୧୭ ରନ୍‌ କରିଛନ୍ତି।

ସେହିପରି ହାଇଦ୍ରାବାଦ ପକ୍ଷରୁ ରସିଦ୍ ଖାନ ୪ ଓଭର ବୋଲିଂ କରି ୧୪ ରନ୍‌ ଦେଇ ଦୁଇଟି ୱିକେଟ୍‌ ନେଇଥିବା ବେଳେ ସନ୍ଦୀପ ଶର୍ମା ଏବଂ ହୋଲ୍‌ଡର୍‌ ଦୁଇଟି ଲେଖାଏ ୱିକେଟ୍‌ ନେଇଛନ୍ତି।

You might also like