ଇତିହାସ ରଚିଲେ ବିରାଟ କୋହଲି

ଟେଷ୍ଟ ପ୍ଲେୟାର ଅଫ ଦି ଇୟର ଓ ୱାନଡେ ପ୍ଲେୟାର ଅଫ୍‌ ଦି ଇୟର ତାଲିକାରେ ବିରାଟଙ୍କ ନାଁ

ଦୁବାଇ : ଇତିହାସ ରଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି। ଆଇସିସି ପକ୍ଷରୁ ଘୋଷିତ ଟେଷ୍ଟ ପ୍ଲେୟାର ଅଫ ଦି ଇୟର ଓ  ୱାନଡେ ପ୍ଲେୟାର ଅଫ ଦି ଇୟର ତାଲିକାରେ ବିରାଟଙ୍କ ନାଁ ରହିଛି।  ଏଥିସହ ଆଇସିସି କ୍ରିକେଟର ଅଫ ଦି ଇୟର ତାଲିକାରେ ମଧ୍ୟ ବିରାଟଙ୍କ ନାଁ ରହିଛି।

୩୦ବର୍ଷ ବୟସ୍କ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ମନୋନୀତ କରାଯାଇଛି। ୨୦୧୮ମସିହାରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି।

ସେ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୫.୦୮ହାରରେ ୧୩୨୨ରନ ସଂଗ୍ରହ କରିଛନ୍ତି। ସେହପରି ୧୪ଟି ଦିନିକିଆ ମ୍ୟାଚ୍‌ରେ ୬ଟି ଶତକ ସହ ୧୨୦୨ରନ୍‌ ସଂଗ୍ରହ କରିଛନ୍ତି।

 

You might also like