ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶାର ପ୍ରମୋଦ ଭଗତ ପାଇବେ ସମ୍ମାନଜନକ ଅର୍ଜୁନ ପୁରସ୍କାର। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ସମେତ ୧୯ ଜଣ ଆଥ୍‌ଲେଟଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

କ୍ରିକେଟର ରବୀନ୍ଦ୍ର ଜାଡ଼େଜା, ମହିଳା କ୍ରିକେଟର ପୁନମ ଯାଦବ, ଆଥଲେଟ ତେଜିନ୍ଦର ପାଲ ସିଂ ତୁର୍ ଓ ମହମ୍ମଦ ୟାହିଆଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ। ସେହିପରି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲିକ ଖେଳରତ୍ନ ପାଇବା ପାଇଁ ମନୋନୀତ ହୋଇଛନ୍ତି।

ସେହିପରି ୬ ଜଣ କୋଚ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ। ବ୍ୟାଡମିଣ୍ଟନରେ ବିମଲ କୁମାର, ଟେବୁଲ ଟେନିସ୍‌ରେ ସନ୍ଦୀପ ଗୁପ୍ତା, ଆଥ୍‌ଲେଟିକ୍ସରେ ମହିନ୍ଦର ସିଂ ଧିଲନଙ୍କ ସମେତ ୬ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ମନୋନୀତ କରାଯାଇଛି।

You might also like